fbpx

ସର୍ବଦଳୀୟ ବୈଠକ ପରେ କଣ କହିଲେ ପ୍ରଧାନମନ୍ତ୍ରୀ ?

ନୂଆଦିଲ୍ଲୀ,୧୯ ।୬: ଭାରତ-ଚୀନ୍ ମଧ୍ୟରେ ସୀମା ବିବାଦ ବଢିବାରେ ଲାଗିଛି । ଏହି ସୀମା ବିବାଦକୁ ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଡକାଯାଇଥିଲା ସର୍ବଦଳୀୟ ବୈଠକ । ଏହି ବୈଠକରେ ୧୭ଟି ଦଳର ନେତା ସାମିଲ ହୋଇଥିଲେ ।

ତେବେ ସର୍ବଦଳୀୟ ବୈଠକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ବୟାନରେ କହିଛନ୍ତି ଯେ, ‘ସହିଦଙ୍କ ପରିବାରଙ୍କ ସହ ପୂରା ଦେଶ ଅଛି। ଆମ ସୀମାରେ କେହି ଅନୁପ୍ରବେଶ କରିନାହାନ୍ତି। ଆମର କୌଣସି ପୋଷ୍ଟ କାହା କବ୍‌ଜାରେ ନାହିଁ । ଯେଉଁମାନେ ଆଖି ଉଠାଇ ଚାହିଁଛନ୍ତି ତାଙ୍କୁ ଉଚିତ ଜବାବ ମିଳିଛି। ସହିଦଙ୍କ ବଳିଦାନକୁ ସମସ୍ତେ ମନେରଖିବେ ।’

ଏହା ସହ ସେ କହିଛନ୍ତି ଯେ, ‘ଚୀନ୍‌ ଦ୍ବାରା LACରେ ଯାହା ହେଲା ସେନେଇ ଦେଶରେ ଆକ୍ରୋଶ ଅଛି। ଜଳ, ସ୍ଥଳ ଓ ଆକାଶରେ ଆମ ସେନା ଯାହା କରିବା କଥା କରୁଛି। ଆମର ଇଞ୍ଚେ ଜମିକୁ କେହି ଆଖି ଉଠାଇ ଦେଖିପାରିବେନି।’

ସେହିପରି ସେନାକୁ ଉଚିତ ପଦକ୍ଷେପ ନେବାକୁ ସମ୍ପୂର୍ଣ୍ଣ ସ୍ବାଧୀନତା ଦିଆଯାଇଛି। ଆମ ସେନା ସୀମାର ରକ୍ଷା କରିବାରେ ସମ୍ପୂର୍ଣ୍ଣ ସକ୍ଷମ ବୋଲି ମୋଦି କହିଛନ୍ତି । ଶେଷରେ ଦେଶର ଅଗ୍ରଗତିରେ ସମର୍ଥନ ଦେବାରୁ ସବୁ ଦଳକୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି।

Get real time updates directly on you device, subscribe now.