fbpx
BSKY SKY
BSKY SKY

କରୋନା ସ୍ଥିତି ଅଣାୟତ: ରାଜ୍ୟପାଳଙ୍କ ସହିତ ଆଲୋଚନା କରିବେ ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

BSKY

ନୁଆଦିଲ୍ଲୀ, ୧୩ା୪ (ଓଡିଶା ଭାସ୍କର) : ଦେଶରେ କରୋନାର ଦ୍ୱିତୀୟ ଲହର ସାଂଘାତିକ ରୁପ ନେବାରେ ଲାଗିଛି । ଧୀରେ ଧୀରେ କରୋନା ଗ୍ରାଫ୍ ଉପରମୁହାଁ ହେଉଛି । ପୁର୍ବବର୍ଷ ଅପେକ୍ଷା ଏବର୍ଷ ଦ୍ରୁତ ଗତିରେ କରୋନା ସଂକ୍ରମଣ ହେଉଛି । ତେଣୁ ଏଭଳି ପରିସ୍ଥିତିରେ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ପ୍ରୟାସ ଜାରି ରଖିଛନ୍ତି । ତେବେ ଏହା ମଧ୍ୟରେ ସମସ୍ତ ରାଜ୍ୟର ରାଜ୍ୟପାଳଙ୍କ ସହିତ ଆଲୋଚନା କରିବେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସୁଚନା ଅନୁସାରେ, ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ ୧୪ରେ କୋଭିଡ ସ୍ଥିତିର ସମୀକ୍ଷା ପାଇଁ ବିଭିନ୍ନ ରାଜ୍ୟର ରାଜ୍ୟପାଳଙ୍କ ସହ ଆଲୋଚନା କରିବେ । ତେବେ ଏହାର କିଛି ପୁର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟ ଗୁଡିକର ମୁଖ୍ୟମନ୍ତ୍ରୀଙ୍କ ସହ ଭର୍ଚୁଆଲ ବୈଠକରେ ମହାମାରୀର ସ୍ଥିତି ସମ୍ବନ୍ଧରେ ସମୀକ୍ଷା କରିଥିଲେ । କରୋନା ଉପରେ ରୋକ ଲଗାଇବା ପାଇଁ କିଛି ରାଜ୍ୟର ସରକାର କଠୋର ଗାଇଡଲାଇନ୍ ଲାଗୁ କରିଛନ୍ତି ।

Get real time updates directly on you device, subscribe now.