fbpx
BSKY
BJD SHG SKY
BJD MC SKY

ମୋଦୀ ରଖିବେ ଉପବାସ

ନୁଆଦିଲ୍ଲୀ, ୧୩ା୪ (ଓଡିଶା ଭାସ୍କର) : ଆଜିଠାରୁ ଚୈତ୍ର ନବରାତ୍ରୀ ପୁଜା ଆରମ୍ଭ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏହି ଅବସରରେ ସାରା ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏଥିସହିତ ପ୍ରଧାନମନ୍ତ୍ରୀ ଆଜିଠାରୁ ନବରାତ୍ରର ନଅ ଦିନ ଉପବାସ ରହିବେ । ସେ ଶକ୍ତିଙ୍କ ଉପାସକ ତେଣୁ ସେ ଏହି ନବରାତ୍ରୀରେ ପୁରା ନଅଦିନ ଉପବାସ ରଖନ୍ତି । ତେବେ ଚଳିତ ବର୍ଷର ନବରାତ୍ର ପଶ୍ଚିମବଙ୍ଗ ନିର୍ବାଚନ ସମୟରେ ପଡିଛି ।

ସୁଚନା ଯେ, ଶକ୍ତିଙ୍କ ଉପାସକ ନରେନ୍ଦ୍ର ମୋଦୀ ୪୦ ବର୍ଷରୁ ଅଧିକ ସମୟ ଧରି ଏହି ନବରାତ୍ର ଉପବାସ କରିଆସୁଛନ୍ତି । ଏହି ଉପବାସରେ ସେ ଅଧିକାଂଶ ସମୟ ଗରମ ପାଣି ପିଅନ୍ତି । ସୁଚନା ଯେ, ୨୦୧୪ରେ ମୋଦୀ ପ୍ରଧାନମନ୍ତ୍ରୀ ପଦ ପାଇବାପରେ ସେ ପ୍ରଥମ ଥର ପାଇଁ ଆମେରିକା ଗସ୍ତ କରିଥିଲେ । ସେତେବେଳେ ତାଙ୍କୁ ଆମେରିକାକୁ ସ୍ୱାଗତ କରିବା ପାଇଁ ରାଷ୍ଟ୍ରପତି ବାରାକ୍ ଓବାମା ରାତ୍ରି ଭୋଜନର ବ୍ୟବସ୍ଥା କରିଥିଲେ । କିନ୍ତୁ ସେତେବେଳେ ନବରାତ୍ର ଚାଲିଥିବାରୁ ମୋଦୀ କେବଳ ଗରମ ପାଣି ହିଁ ପିଇଥିଲେ । ଆଉ ଏବେ ପଶ୍ଚିମବଙ୍ଗ ନିର୍ବାଚନ ସମୟରେ ନବରାତ୍ର ପୁଜା ପଡୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପବାସ ରଖିଛନ୍ତି ।

Get real time updates directly on you device, subscribe now.