fbpx

ଧାରଣାରେ ବସିଛନ୍ତି ମୁଖ୍ୟମନ୍ତ୍ରୀ

ପଶ୍ଚିମବଙ୍ଗ ୧୩ା୪ (ଓଡିଶା ଭାସ୍କର) :  ଧାରଣାରେ ବସିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତା ବାନାର୍ଜୀଙ୍କ ଆପତ୍ତିଜନକ ଭାଷଣ ପାଇଁ ରାଜନୀତି ମହଲ ଅଧିକ ସରଗରମ ହେବାରେ ଲାଗିଛି । ଗତକାଲି ମମତାଙ୍କ ଆପତ୍ତିଜନକ ଭାଷଣ ପରେ ୨୪ ଘଣ୍ଟିଆ ପ୍ରଚାର ବନ୍ଦ ଆଦେଶ ଦେଇଥିଲେ ନିର୍ବାଚନ କମିଶନର । ଏହାକୁ ବିରୋଧ କରି ଆଜି ଧାରଣାରେ ବସିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । କୋଲକତାର ଗାନ୍ଧୀମୂର୍ତ୍ତି ତଳେ ଧାରଣାରେ ବସି ନିର୍ବାଚନ କମିଶନରଙ୍କ ନିଷ୍ପତ୍ତିକୁ ବିରୋଧ କରିଛନ୍ତି । ଧାରଣା ବେଳେ ମମତା ହ୍ୱିଲ ଚେୟାରରେ ବସିଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ ମମତା ବାନାର୍ଜୀ ଏକ ନିର୍ବାଚନୀ ସଭାରେ ହିନ୍ଦୁ-ମୁସଲିମ୍ ଭୋଟକୁ ନେଇ କିଛି ଆପତ୍ତିଜନକ ଭାଷଣ ଦେଇଥିଲେ । ଏନେଇ ନିର୍ବାଚନ କମିଶନ ସୋମବାର ରାତି ୮ଟାରୁ ମଙ୍ଗଳବାର ରାତି ୮ ଟା ପର୍ଯ୍ୟନ୍ତ କୌଣସି ସ୍ଥାନରେ ମୁଖ୍ୟମନ୍ତ୍ରୀ ନିର୍ବାଚନୀ ସଭା କରିପାରିବେ ନାହିଁ ବୋଲି ଆଦେଶ ଦେଇଥିଲେ । ନିର୍ବାଚନ କମିଶନଙ୍କ ଏହି ନିଷ୍ପତ୍ତିକୁ କଳାଦିନ ବୋଲି ତୃଣମୂଳ କଂଗ୍ରେସ ପକ୍ଷରୁ କୁହାଯାଇଛି । ପଶ୍ଚିମବଙ୍ଗ ବିଧାନସଭା ପାଇଁ ୮ ଟି ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ବେଳେ ୪ଟି ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଆସନ୍ତା ୧୭ ତାରିଖରେ ୪୫ଟି ବିଧାନସଭା ପାଇଁ ୫ମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ ।

Get real time updates directly on you device, subscribe now.