fbpx

ଜାଲିଆନାୱାଲାବାଗ ହତ୍ୟାକାଣ୍ଡକୁ ପୁରିଲା ୧୦୨ ବର୍ଷ: ଭୁଲି ହେବନାହିଁ ସେହି ନର ସଂହାର

୧୩ ଏପ୍ରିଲ୧୯୧୯ର ସେହି ଦିନକୁ ଭାରତ କେବେବି ଭୁଲିପାରିବ ନାହିଁ । ଯେତେବେଳେ ଶାନ୍ତିପୂର୍ଣ୍ଣ ସ୍ୱାଧୀନତା ଚାହୁଁଥିବା ଲୋକଙ୍କ ଉପରେ ଇଂରେଜୀ ସୈନ୍ୟମାନେ କିପରି ଗୁଳିଚାଳନା ନର୍ମମ କରିଥିଲେ । ଇଂରେଜୀ ଜେନେରାଲ ଜେନେରାଲ ଡାୟାରଙ୍କ ନିର୍ଦ୍ଦେଶରେ ଏହି ଗୁଳିକାଣ୍ଡ ହୋଇଥିଲା । ଏହି ଜଘନ୍ୟ ନର ସଂହାରରେ ୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା, ଏବଂ ୨୦୦୦ ଅଧିକ ଆହତ ହୋଇଥିଲେ ।
୧୩ ଏପ୍ରିଲ ଦିନ ଅମୃତସରର ଜାଲିଆନାୱାଲାବାଗ ଠାରେ ବୈଶାଖୀ ଉତ୍ସବ ଦିନ ଇଂରେଜଙ୍କ ରାୱଲାଟ ଆଇନର ବିରୋଧ ପାଇଁ ବହୁ ସଂଖ୍ୟାରେ ଲୋକ ଏକାଠି ହୋଇ ଶାନ୍ତିପୂର୍ଣ୍ଣ ଭାବରେ ସଭା କରାଯାଉଥିଲା । ଯେଉଁ ସମୟରେ ଏଠାରେ ଶାନ୍ତିପୂର୍ଣ୍ଣ ଭାବରେ ସଭା ଚାଲିଥିଲା । ସେହି ସମୟରେ ଜେନେରାଲ ଡାୟର ନିଜ ସୈନିକ ମାନଙ୍କୁ ଧରି ସେଠାରେ ପହଞ୍ଚିଥିଲେ । ଏବଂ ସେ ସେଠାରୁ ବହାରିବାର ସମସ୍ତ ରାସ୍ତାକୁ ବନ୍ଦ କରିଦେଇଥିଲେ ।
ଏହା ପରେ ଜାଲିଆନାୱାଲାବାଗ ବାଗରେ ଥିବା ଲୋକଙ୍କୁ ଇଂରେଜୀ ସୈନିକ ବନ୍ଧୁକ ରାଇଫଲ ଧରି ପଛରୁ ଘେରି ଯାଇଥିଲେ । ଏହାପରେ ଯେମିତି ଜେନେରାଲ ଡାୟାରଙ୍କ ନିର୍ଦ୍ଦେଶ ମିଳିଥିଲା ସୈନିକମାନେ ଆଖିବୁଜା ଗୁଳି ଚାଳନା କରିଥିଲେ । ଭିତରେ ଥିବା ଲୋକମାନେ ଜୀବନ ବଞ୍ଚାଇବା ପାଇଁ ଏପଟ ସେପଟକୁ ଧାଇଁଥିଲେ । ବାଗ ମଝିରେ ଥିବା ଏକ କୂଅକୁ ଜୀବନ ବଞ୍ଚାଇବାକୁ ଯାଇ ଡେଇଁ ପଡିଥିଲେ । ମାତ୍ର ମୃତ୍ୟୁବରଣ କରିଥିଲେ ।
ଯେଉଁ ରାୱଲାଟ ଆଇନ ବିଷୟରେ ଏଠାରେ ସଭା ହୋଇଥିଲା, ଏହି ଆଇନ ୧୯୧୫ରେ ଲାଗ ହୋଇଥିଲା । ଏହାକୁ ଜଣେ ବ୍ରିଟିଶ ଜଜ୍ ସିଡନୀ ରାୱଲାଟ ଅଧ୍ୟକ୍ଷତାରେ ଲାଗୁ ହୋଇଥିଲା । ଏହି ଆଇନ ଭାରତରେ ଚାଲିଥିବା ସ୍ୱାଧୀନତା ସଂଗ୍ରାମ ଉପରେ ପ୍ରତିବଦ୍ଧ ଲାଗାଇ ପାରିଥାନ୍ତା । ଏହାଦ୍ୱାରା ବ୍ରିଟିଶ ସରକାର ଛାପା କାରଖାନା ଉପରେ ପ୍ରତିବଦ୍ଧତା ଲଗାଇ ପାରିଥାନ୍ତା । ନେତାମାନଙ୍କୁ ବିନା ମକଦ୍ଧମାରେ ଜେଲରେ ରଖିପାରିଥାନ୍ତା । ବିନା ଦୋଷରେ ମଧ୍ୟ ଲୋକଙ୍କୁ ଗିରଫ କରିପାରିଥାନ୍ତା ଏବଂ ତାଙ୍କ ଉପରେ ମାମଲା କରିପାରିଥାନ୍ତା । ଏହାର ଉଦେ୍ଧଶ୍ୟ ଥିଲା କି ବ୍ରିଟିଶ ଶାସନର ବିରୁଦ୍ଧରେ ଯିବା ଏବଂ ସ୍ୱାଧୀନତା ସଂଗାମୀଙ୍କୁ ମଧ୍ୟ ଦମନ କରିବା, ଯାହା ବିରୁଦ୍ଧରେ ପୂରା ଦେଶ ଏକାଠି ହେଇଥିଲା ।
ଜାଲିଆନାୱାଲାବାଗଠାରେ ଘଟିଥିବା ଏହି ଘଟଣା ଦେଶରେ ସ୍ୱାଧୀନତା ସଂଗ୍ରାମକୁ ଆହୁରି ତୀବ୍ର କରିଥିଲା । ଅମୃତସରର ଡେପୁଟୀ କମିସନର ଅଫିସରେ ଆଜିବି ଶହୀଦ ହୋଇଥିବା ୪୮୪ ଜଣଙ୍କର ନାମ ରହିଛି । ସେପଟେ ଜାଳିଆନାୱାଲାବାଗରେ ୩୮୮ ଶହୀଦ ହୋଇଥିଲେ । ବ୍ରିଟିଶ ସରକାରଙ୍କ କାଗଜ ପତ୍ରରେ ଏହି ଘଟଣାରେ ୩୭୯ ଜଣଙ୍କର ମୃତ୍ୟୁ ହୋଇଥିଲା, ଏବଂ ୨୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଏଥିରେ ୩୩୭ ପୁରୁଷ ଏବଂ ୪ ନାବାଳକ ଏବଂ ଏକ ନବଜାତ ଶିଶୁ ରହିଥିଲେ । ଯେତେବେଳେକି ଅଣଆନୁଷ୍ଠାନିକ ଭାବରେ ଏଠାରେ ୧୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୨୦୦୦ରୁ ଅଧିକ ଆହତ ହୋଇଥିବା ସୂଚନା ରହିଛି ।
୧୯୯୭ ମସିହାରେ ବ୍ରିଟିଶ ମହାରାଣୀ ଏଲିଜାବେଥ୍ ଭାରତ ଗସ୍ତରେ ଆସିଥିଲେ ସେ ଜାଲିଆନାୱାଲାବାଗ ଯାଇ ସେଠାରେ ଶଦୀଦଙ୍କୁ ଶ୍ରଦ୍ଦାଞ୍ଜଳୀ ଦେଇଥଲେ । ଏହି ଗସ୍ତରେ ତାଙ୍କୁ ବିରୋଧ ମଧ୍ୟ କରାଯାଇଥିଲା । ଏହାପରେ ୨୦୧୩ ମସିହାରେ ଯେତେବେଳେ ବ୍ରିଟେନର ତକ୍ରାଳୀନ ରାଷ୍ଟ୍ରପତି ଡେଭିଡ କାମେରନ ଭାରତ ଗସ୍ତରେ ଆସିଥିଲେ, ସେ ମଧ୍ୟ ଜାଲିଆନୱାଲାବାଗ ଯାଇ ସେଠାରେ ଶହୀଦଙ୍କୁ ଶଦ୍ଧାଞ୍ଜଳୀ ଦେବା ସହ ସେଠାରେ ଥିବା ଭିଜିଟର୍ସ ବୁକରେ ଏହାକୁ ବ୍ରିଟିଶ ଇତିହାସର ଏକ ଲଜ୍ଜାଜନକ ଘଟଣା ବୋଲି ଲେଖିଥିଲେ ।

Get real time updates directly on you device, subscribe now.