fbpx

‘ୱାନ ନେସନ-ୱାନ ଇଲେକ୍ସନ’କୁ ମିଳିଲା ମଞ୍ଜୁରୀ, ମୋଦୀ କ୍ୟାବିନେଟରେ ପାସ୍ ହେଲା ପ୍ରସ୍ତାବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କ୍ୟାବିନେଟ ଭାରତରେ ଏକ ଦେଶ ଏକ ନିର୍ବାଚନ ଅର୍ଥାତ ୱାନ ନେସନ- ୱାନ ଇଲେକ୍ସନର ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି। ବୁଧବାର ଦିନ ମୋଦୀ କ୍ୟାବିନେଟ ବୈଠକରେ ଦେଶରେ ଏକ ସାଙ୍ଗରେ ନିର୍ବାଚନ କରିବାକୁ ମଞ୍ଜୁରୀ ଦେଇଛନ୍ତି।

ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତା ସମିତି ଏକ ଦେଶ, ଏକ ନିର୍ବାଚନ ପ୍ରସଙ୍ଗ ଉପରେ ୬୨ ପାର୍ଟିମାନଙ୍କୁ ଯୋଗାଯୋଗ କରିଥିଲେ ଏବଂ ଏହା ଉପରେ ଉତ୍ତର ଦେବାକୁ ଥିବା ୪୭ଟି ରାଜନୈତିକ ଦଳରୁ ୩୨ଟି ଏକ ସାଙ୍ଗରେ ନିର୍ବାଚନ କରାଇବାର ଚିନ୍ତାଧାରାକୁ ସମର୍ଥନ କରିଛନ୍ତି। ଅନ୍ୟପକ୍ଷରେ ୧୫ଟି ଦଳ ଏହାର ବିରୋଧ କରିଛନ୍ତି। ରିପୋର୍ଟ ମୁତାବକ, ସମୁଦାୟ ୧୫ଟି ପାର୍ଟୀ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

Get real time updates directly on you device, subscribe now.