fbpx

ସମ୍ପ୍ରସାରଣ ହେଲା ମୋଦୀଙ୍କ ମନ୍ତ୍ରିମଣ୍ଡଳ: ଶପଥ ନେଲେ ୧୫ କ୍ୟାବିନେଟ୍ ମନ୍ତ୍ରୀ ଓ ୨୮ ରାଷ୍ଟ୍ରମନ୍ତ୍ରୀ

Advertisement

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳ ଆଜି ସମ୍ପ୍ରସାରଣ ହୋଇଛି । ଏଥିରେ ୪୩ ନୂଆ ମନ୍ତ୍ରୀ ସାମିଲ ହୋଇଥିବା ବେଳେ ବହୁ ବରିଷ୍ଠ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ସମାରୋହ ଆୟୋଜିତ ହୋଇଥିବା ବେଳେ ନୂଆ ମନ୍ତ୍ରୀଙ୍କୁ ଶପଥପାଠ କରାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ରହିଛନ୍ତି ।

ତେବେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ୧୫ ଜଣଙ୍କୁ ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି । ନାରାୟଣ ରାଣେ ଓ ସର୍ବାନନ୍ଦ ସୋନୱାଲଙ୍କ ସହିତ ଡକ୍ଟର ବୀରେନ୍ଦ୍ର କୁମାର, ଜ୍ୟୋତିରାଦିତ୍ୟ ସିନ୍ଧିଆ, ରାମଚନ୍ଦ୍ର ପ୍ରସାଦ ସିଂହ, ଅଶ୍ୱିନୀ ବୈଷ୍ଣବ, ପଶୁପତି ପାରସ, କିରନ ରିଜିଜୁ, ରାଜକୁମାର ସିଂହ, ହରଦୀପ ସିଂହ ପୁରୀ, ମନସୁଖ ମାଣ୍ଡଭୀୟ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।

ସେହିପରି ମୋଦୀଙ୍କ ନୂଆ ମନ୍ତ୍ରୀମଣ୍ଡଳରେ ଭୂପେନ୍ଦ୍ର ଯାଦବ, ପରଷୋତ୍ତମ ରୁପାଲା, ଜି.କିଶନ ରେଡ୍ଡୀ, ଅନୁରାଗ ଠାକୁର ନୂଆ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।

ଅନ୍ୟପଟେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ପଙ୍କଜ ଚୌଧୁରୀ । ତାଙ୍କ ସହିତ ଅନୁପ୍ରିୟା ପଟେଲ, ଏସ.ପି.ସିଂ ବଘେଲ, ରାଜୀବ ଚନ୍ଦ୍ରଶେଖର, ସୁଶ୍ରୀ ଶୋଭା କରନ୍ଦଲାଜେ, ଭାନୁପ୍ରତାପ ସିଂ ବର୍ମା, ଦର୍ଶନା ବିକ୍ରମ ଜାର୍ଦୋଶ, ମିନାକ୍ଷୀ ଲେଖି, ଅନ୍ନପୂର୍ଣ୍ଣା ଦେବୀ, ଏ ନାରାୟଣ ସ୍ୱାମୀ, କୌଶଲ କିଶୋର, ଅଜୟ ଭଟ୍ଟ, ବି.ଏଲ ବର୍ମା, ଅଜୟ କୁମାର, ଚୌହ୍ୱାନ ଦେବୁସିଂ, ଭଗୱନ୍ତ ଖୁବା, କପିଲ ମୋରେଶ୍ୱର ପାଟିଲ, ସୁଶ୍ରୀ ପ୍ରତିମା ଭୌମିକ, ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

Get real time updates directly on you device, subscribe now.