fbpx

୧୦ ଲକ୍ଷ ବେକାରୀଙ୍କୁ ମିଳିବ ନିଯୁକ୍ତି: ୭୫ ହଜାର ଆଶାୟୀଙ୍କୁ ଦିଆଗଲା ଚାକିରି, ‘ନିଯୁକ୍ତି ମେଳା’ ଲଞ୍ଚ କଲେ PM Modi

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ଲଞ୍ଚ କରିଛନ୍ତି ‘ନିଯୁକ୍ତି ମେଳା’ । ଏହି ନିଯୁକ୍ତି ମେଳା ମାଧ୍ୟମରେ ଦେଶର ୧୦ ଲକ୍ଷ ଯୁବକ, ଯୁବତୀଙ୍କୁ ନିଯୁକ୍ତି ପ୍ରଦାନ କରାଯିବ । ପ୍ରାଥମିକ ପର୍ଯ୍ୟାୟରେ ୭୫ ହଜାର ଆଶାୟୀଙ୍କୁ ଚାକିରି ଦିଆଯାଇଛି । ପ୍ରତ୍ୟେକ ମାସରେ ୭୫ ହଜାର ଯୋଗ୍ୟଧାରୀଙ୍କୁ କେନ୍ଦ୍ର ସରକାରଙ୍କର ୩୮ଟି ମନ୍ତ୍ରଣାଳୟର ବିଭିନ୍ନ ପଦବୀରେ ଭର୍ତ୍ତି କରାଯିବ ।

ଏହି ନିଯୁକ୍ତି ମେଳା ଅଧିନରେ ଦେଶର ବିଭିନ୍ନ ବିଭିନ୍ନ ସରକାରୀ ସଂସ୍ଥା ଏସଏସସି, ୟୁପିଏସସି, ରେଲୱେରେ ପ୍ରାର୍ଥୀମାନଙ୍କୁ ନିଯୁକ୍ତି ଦିଆଯିବ । ପ୍ରାର୍ଥୀମାନେ ଗ୍ରୁପ-ଏ, ଗ୍ରୁପ-ବି ଗେଜେଟେଡ, ଗ୍ରୁପ-ବି ନନଗେଜେଟେଡ, ଗ୍ରୁପ-ସିର ବିଭିନ୍ନ ପଦବୀରେ ନିଯୁକ୍ତି ପାଇବେ । ପ୍ରାର୍ଥୀମାନଙ୍କୁ ସବଇନ୍ସପେକ୍ଟର, କେନ୍ଦ୍ରୀୟ ସଶକ୍ତ ବଳ ଅଧିକାରୀ, ଷ୍ଟେନୋ, ଲୋୟର ଡିଭିଜନ କ୍ଲର୍କ (ଏଲଡିସି), ପର୍ସନାଲ ଆସିଷ୍ଟାଣ୍ଟ (ପିଏ), ଇନକମ୍ ଟ୍ୟାକ୍ସ ଇନ୍ସପେକ୍ଟର, ମଲ୍ଟି ଟାସ୍କିଂ ଷ୍ଟାଫ (ଏମଟିଏସ) ଆଦି ପଦବୀରେ ନିଯୁକ୍ତି ଦିଆଯିବ ।

ଏହି ମେଳାର ଶୁଭାରମ୍ଭ ଅବସରରେ ମୋଦୀ କହିଥିଲେ, ଆଜି ଦେଶର ସରକାରୀ ଶାସନ କ୍ଷେତ୍ରରେ ଅଦ୍ଭୂତପୂର୍ବ ପରିବର୍ତ୍ତନ ଆସିଛି । ଦେଶର ସଂସ୍କୃତି ବଦଳିବାରେ ଲାଗିଛି । ସ୍କିଲ ଇଣ୍ଡିଆ ଅଭିଯାନ ଅଧିନରେ ଏକ କୋଟିରୁ ଅଧିକ ଯୁବବର୍ଗଙ୍କୁ ଦକ୍ଷତାସମ୍ପନ୍ନ କରାଯିବ । ୨୦୧୪ ସୁଦ୍ଧା ଦେଶରେ ମାତ୍ର ଅଳ୍ପସଂଖ୍ୟକ ଷ୍ଟାଟଅପ୍ ରହିଥିଲା । ମାତ୍ର ଆଜି ତାହା ୮୦ ହଜାରରେ ପହଞ୍ଚିଛି । ପ୍ରତ୍ୟେକ ସେକ୍ଟରରେ ଭାରତ ଗ୍ଲୋବାଲ ହବ୍ ବନିବା ଦିଗରେ ଆଗକୁ ବଢ଼ିବାରେ ଲାଗିଛି ।

Get real time updates directly on you device, subscribe now.