fbpx

PM ମୋଦୀ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା: ସର୍ଭେରେ ମିଳିଲା ୭୬ ପ୍ରତିଶତ ରେଟିଂ

Advertisement

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ଦିନକୁ ଦିନ ବିଶ୍ୱସ୍ତରରେ ବଢ଼ିବାରେ ଲାଗିଛି । କୋଭିଡ-୧୯ ମହାକାରୀ ଭ୍ୟାକ୍ସିନେସନ, ଋଷ-ୟୁକ୍ରେନ ଯୁଦ୍ଧ, ଆତଙ୍କବାଦ ଆଦି ବିଭିନ୍ନ ପ୍ରସଙ୍ଗରେ ମୋଦୀ ନିଜର ସ୍ୱତନ୍ତ୍ର ନିଷ୍ପତ୍ତି ଦ୍ୱାରା ସାରା ବିଶ୍ୱକୁ ଚମକାଇ ଦେଇଛନ୍ତି । ନିକଟରେ ଜି-୨୦ ଶିଖର ସମ୍ମିଳନୀର ସଫଳ ଆୟୋଜନ ନେଇ ବିଶ୍ୱର ବିଭିନ୍ନ ରାଷ୍ଟ୍ରମୁଖ୍ୟମାନେ ଭାରତ ଓ ମୋଦୀଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ।

ତେବେ ଏହା ମଧ୍ୟରେ ମୋଦୀ ପୁଣି ଏକ ବଡ଼ ସଫଳତା ହାସଲ କରିଛନ୍ତି । ବିଶ୍ୱର ସର୍ବାଧିକ ଲୋକପ୍ରିୟ ତାଲିକାରେ ମୋଦୀ ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି । ମର୍ଣ୍ଣିଂ କନସଲଟ ପକ୍ଷରୁ ଜାରି କରାଯାଇଥିବା ଉକ୍ତ ସର୍ଭେ ରିପୋର୍ଟରେ ମୋଦୀଙ୍କୁ ସର୍ବାଧିକ ୭୬ ପ୍ରତିଶତ ରେଟିଂ ମିଳିଛି । ମୋଦୀଙ୍କ ପଛରେ ରହିଛନ୍ତି ସୁଇଜରଲାଣ୍ଡର ରାଷ୍ଟ୍ରପତି ଆଲେନ ବର୍ସେଟ, ଯେ କି ୬୪ ପ୍ରତିଶତ ରେଟିଂ ହାସଲ କରିଛନ୍ତି ।

ଗତ କିଛିବର୍ଷ ଧରି ବିଶ୍ୱର ଲୋକପ୍ରିୟ ନେତାଙ୍କ ତାଲିକାରେ ପିଏମ୍ ମୋଦୀ ଏକ ନମ୍ବର ସ୍ଥାନରେ ରହି ଆସୁଛନ୍ତି । ଏହି ତାଲିକାରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୭ମ ସ୍ଥାନରେ ରହିଥିବା ବେଳେ ସେ ୪୦ ପ୍ରତିଶତ ରେଟିଂ ପାଇଛନ୍ତି । ଗତ ମାର୍ଚ୍ଚ ମାସ ପରଠାରୁ ଏହା ବାଇଡେନଙ୍କର ସର୍ବାଧିକ ରେଟିଂ । ଗତ ୬ରୁ ୧୨ ତାରିଖ ମଧ୍ୟରେ ସଂଗ୍ରହ କରାଯାଇଥିବା ଡାଟାରୁ ଏହି ତାଲିକା ପ୍ରସ୍ତୁତ କରାଯାଇଥିଲା । ୨୨ ଜଣ ଗ୍ଲୋବାଲ ଲିଡର୍ସଙ୍କୁ ନେଇ ଏହି ସର୍ଭେ କରାଯାଇଥିବା ବେଳେ ପଲିଟିକାଲ ଇଣ୍ଟେଲିଜେନ୍ସ ରିସର୍ଚ୍ଚ ଫାର୍ମ ପକ୍ଷରୁ ଏହି ଡାଟା ସଂଗ୍ରହ କରାଯାଇଥିଲା ।

Get real time updates directly on you device, subscribe now.