ଆଜମେର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଆଜମେର ଜିଲ୍ଲାର ପୁଷ୍କରରେ ପହଞ୍ôଚଛନ୍ତି ଓ ଏଠିକାର ବ୍ରହ୍ମା ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ରାଜସ୍ଥାନ ବିଧାନସଭା ପ୍ରତିପକ୍ଷ ନେତା ରାଜେନ୍ଦ୍ର ରାଠୋର ଏ ବିଷୟରେ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଷ୍କରରେ ବ୍ରହ୍ମା ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ଏହାପରେ ସେ ହେଲିକପ୍ଟରରେ ଜୟପୁର ଆଜମେର ରାଜମାର୍ଗରେ ଅବସ୍ଥିତ କାୟଡ ବିଶ୍ରାମ ସ୍ଥଳୀକୁ ଯାତ୍ରା କରିଛନ୍ତି । ଏଠାରେ ସେ ଜନସଭାକୁ ସମ୍ବୋଧିତ କରି ନିଜ ସରକାରର ଉପଲବ୍ଧି ବିଷୟରେ ହିସାବ ଦେବା ସହ କଂଗ୍ରେସ ଉପରେ ନିଶାନା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି କଂଗ୍ରେସ ଲୁଟିବାରେ କାହା ସହ ଭେଦଭାବ ରଖେ ନାହିଁ । ସମସ୍ତଙ୍କୁ ସମାନ ଭାବରେ ଲୁଟିଥାଏ । ବିକାଶ କାମରେ କଂଗ୍ରେସ ୮୫ ପ୍ରତିଶତ କମିଶନ ଖାଇଥିବା ଏକ ଦଳ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି କଂଗ୍ରେସକୁ ଗ୍ୟାରେଣ୍ଟି ଦେବାର ଅଭ୍ୟାସ ପୂର୍ବରୁ ରହିଛି । ଏହି ଦଳ ୫୦ ବର୍ଷ ପୂର୍ବରୁ ଗରିବ ହଟାଇବା ଲାଗି ଗ୍ୟାରେଣ୍ଟି ଦେଇଥିଲା । ଯାହା ଦେଶ ସହ ସବୁଠାରୁ ବଡ ବିଶ୍ୱାସଘାତକତା ଥିଲା । ଆଜି ଦୁନିଆର ବିଶେଷଜ୍ଞମାନେ କହୁଛନ୍ତି ଯେ, ଭାରତ ଅତିଗରିବୀ ସମାପ୍ତ କରିବାର ନିକଟତର ହୋଇଆସିଲାଣି । ପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଏକ ଉକ୍ତିକୁ ମନେ ପକାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ରାଜୀବ ଗାନ୍ଧୀ ବି ସ୍ୱୀକାର କରିଥିଲେ ଯେ, କଂଗ୍ରେସ ସରକାର ୧୦୦ ପଇସା ପଠାଉଥôବା ବେଳେ ୮୫ ପଇସା ଭ୍ରଷ୍ଟାଚାରରେ ନଷ୍ଟ ହୋଇଯାଉଛି । ସେ ଆହୁରି କହିଛନ୍ତି ୨୦୧୪ ପର୍ଯ୍ୟନ୍ତ ଦେଶରେ ୧୮ କୋଟି ଲୋକ ପାଇପ୍ରେ ପାଣି ସଂଯୋଗ ପାଉ ନ ଥିଲେ । କିନ୍ତୁ ଆମେ ପୁରା ୯ କୋଟି ଲୋକଙ୍କ ପର୍ଯ୍ୟନ୍ତ ନଳ ଜଳ ସଂଯୋଗ ପଠାଇଛୁ । କଂଗ୍ରେସ ସରକାରକୁ ଏହି କାମ କରିବାକୁ ୨୦ ବର୍ଷ ସମୟ ଲାଗି ଯାଇଥାନ୍ତା ।
କଂଗ୍ରେସ ଆମର ପୂର୍ବ ସୈନିକଙ୍କ ସହ ବିଶ୍ୱାସଘାତ କରି ଆସିଛି । ବିଜେପି ସରକାର ୱାନ୍ ର୍ୟାଙ୍କ ୱାନ୍ ପେନସନ୍ ଲାଗୁ କରିବା ସହ ପୂର୍ବ ସୈନିକଙ୍କ ଏରିୟର୍ ବି କ୍ଲିୟର କରିଛି । ମୋଦୀ କହିଛନ୍ତି କଂଗ୍ରେସ ସରକାର ରିମୋଟ୍ କଣ୍ଟ୍ରୋଲରେ ଚାଲୁଥିଲା । ନିବେଶକ ନିରାଶ ହେଉଥିଲେ ଯୁବବର୍ଗଙ୍କ ସାମ୍ନାରେ ଘୋର ଅନ୍ଧକାର ଥିଲା ଯାହା ଏବେ ଦୂର ହୋଇଛି । ଆଜି ସାରା ବିଶ୍ୱରେ ଭାରତର ଯଶ ଗାନ ହେଉଛି । ସବକା ସାଥ ସବକା ବିକାଶ ଦ୍ୱାରା ଦେଶରେ ଏହି ପରିବର୍ତ୍ତନ ଆସିଛି । ସେ କହିଛନ୍ତି ଏହି ସଫଳତା ପଛରେ ଭାରତର ଲୋକଙ୍କ କଠିନ ପରିଶ୍ରମ ହିଁ ରହିଛି ।