ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପିଏମ୍-କିଷାନର ୧୮ତମ କିସ୍ତି ପ୍ରଦାନ କରିଛନ୍ତି । ଚାଷୀଙ୍କୁ ଆଜି ନବରାତ୍ରୀ ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ । ମହାରାଷ୍ଟ୍ର ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ମୋଦୀ ପ୍ରାୟ 9.4 କୋଟି ଚାଷୀଙ୍କୁ 20 ହଜାର କୋଟି ଟଙ୍କା ଟ୍ରାନ୍ସଫର କରିଛନ୍ତି । ଏହି ସମସ୍ତ ଚାଷୀଙ୍କ ଆକାଉଣ୍ଟକୁ 2000 ଟଙ୍କା ଟ୍ରାନ୍ସଫର କରାଯାଇଛି । ପିଏମ୍-କିଷାନ ଯୋଜନାରେ ବର୍ତ୍ତମାନ ସୁଦ୍ଧା 3.45 ଲକ୍ଷ କୋଟି ଟଙ୍କା ଚାଷୀଙ୍କୁ ପ୍ରଦାନ କରାଯାଇଛି ।
2019 ମସିହା ଫେବୃଆରୀ 24 ତାରିଖରେ PM Kisan Samman Nidhi ଯୋଜନା ଆରମ୍ଭ କରାଯାଇଥିଲା । ଏଥିରେ ବାର୍ଷିକ 6ହଜାର ଟଙ୍କା ସମାନ କିସ୍ତିରେ ଚାଷୀଙ୍କୁ ହସ୍ତାନ୍ତର କରାଯାଏ । ଏହି ଟଙ୍କା ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର (DBT) ମାଧ୍ୟମରେ ଚାଷୀଙ୍କ ଆକାଉଣ୍ଟକୁ ଯାଏ । ମହାରାଷ୍ଟ୍ରରେ ଏହି ଯୋଜନାର 17 କିସ୍ତିରେ ପ୍ରାୟ 1.20 କୋଟି ଚାଷୀଙ୍କୁ ପ୍ରାୟ 32,000 କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହି ଅବସରରେ ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ୍, କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ, କେନ୍ଦ୍ର ମତ୍ସ୍ୟ ମନ୍ତ୍ରୀ ରାଜୀବ ରଂଜନ ସିଂ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏବଂ ଦେବେନ୍ଦ୍ର ଫଡନାଭିସଙ୍କ ପରି ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।