fbpx

PNBରେ ଆକାଉଣ୍ଟ ଥିବା ଲୋକମାନେ ଆଜି ହିଁ ସାରନ୍ତୁ ଏହି କାମ: ନଚେତ୍ ଉଠାଇ ପାରିବେନି ଟଙ୍କା

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ନିଜ ଗ୍ରାହକମାନଙ୍କୁ KYC ଅପଡେଟ କରିବାକୁ କହିଛି । ବ୍ୟାଙ୍କ ଏହା ପୂର୍ବରୁ ସେହି ଗ୍ରାହକମାନଙ୍କୁ ୨ ଥର ମନେ ରିମାଇଣ୍ଡର ପଠାସରିଛି, ଯେଉଁମାନେ KYC ଅପଟେଡ କରିବା ଉଚିତ୍ । ଏହି ନୋଟିସ୍ ତାଙ୍କର ପଞ୍ଜିକୃତ ମୋବାଇଲ ନମ୍ବରରେ ପଠାଯାଇଛି । ଏହଳ ସହ ବ୍ୟାଙ୍କ ଡାକ ଜରିଆରେ ଏପରି ଗ୍ରାହକମାନଙ୍କୁ ନୋଟିସ୍ ପଠାଇଛି ।

ପିଏନବି ଏକ ଟ୍ୱିଟରେ କହିଛି ଯେ, RBIର ନିର୍ଦ୍ଦେଶ ଅନୁସାରେ KYC ଅପଡେଟ କରିବା ବାଧ୍ୟତାମୂଳକ । KYC ଅପଡେଟ କରିବାକୁ ଗ୍ରାହକମାନଙ୍କୁ ୧୨ ଡିସେମ୍ବର ୨୦୨୨ ପୂର୍ବରୁ ନିଜର ଆଧାର ବ୍ରାଞ୍ଚ ସହ ସମ୍ପର୍କ କରିବାକୁ ପଡ଼ିବ । ଟ୍ୱିଟରେ କୁହାଯାଇଛି କି, ଅଣ-ଅପଡେଟ୍ ଆପଣଙ୍କ ଆକାଉଣ୍ଟରେ ପରିଚାଳନା ଉପରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ ।

KYC ଅପଡେଟ୍ କରିବାର ପ୍ରୋସେସ ଆପଣ ବ୍ୟାଙ୍କର ବ୍ରାଞ୍ଚକୁ ଯାଇ ମଧ୍ୟ କରିପାରିବେ । KYC ଅପଡେଟ୍ କରିବାକୁ ଆପଣଙ୍କୁ ଇ-ସାର୍ଟିଫିକେଟ୍, ପାନ୍, ଆଧାର ନମ୍ବର ଏବଂ ମୋବାଇଲ୍ ନମ୍ବର ଦେବାକୁ ପଡିବ ।

ଏହା ସହିତ ବ୍ୟାଙ୍କ କହିଛି ଯେ, KYC ଅପଡେଟ୍ ପାଇଁ ବ୍ୟାଙ୍କ ପକ୍ଷରୁ କୌଣସି ଗ୍ରାହକଙ୍କୁ ଫୋନ କରାଯାଏ ନାହିଁ । ତେଣୁ କୌଣସି ପ୍ରକାରର ଜାଲରେ ପଡ଼ନ୍ତୁ ନାହିଁ । ଏହା ବ୍ୟତୀତ ବ୍ୟାଙ୍କ କହିଛି ଯେ, ଯଦି ଆପଣଙ୍କର କୌଣସି ପ୍ରକାରର ସମସ୍ୟା ଅଛି, ତେବେ ଆପଣ ବ୍ୟାଙ୍କର ଗ୍ରାହକ କଷ୍ଟମର କେୟାର ନମ୍ବର ସହିତ ଯୋଗାଯୋଗ କରିପାରିବେ । ଆପଣ ଏହି ନମ୍ବରଗୁଡିକ ୧୮୦୦ ୧୮୦ ୨୨୨୨, ୧୮୦୦ ୧୦୩ ୨୨୨୨ ଏବଂ ୦୧୨୦-୨୪୯୦୦୦୦ କୁ ନିଜ ଫୋନରେ ସେଭ୍ କରନ୍ତୁ ।

Get real time updates directly on you device, subscribe now.