fbpx

ବିଶ୍ୱର ସବୁଠୁ ଧନୀ ଜୁଆଡ଼ି: ଜୁଆ ଖେଳରୁ କୋଟିପତି ହୋଇଛନ୍ତି ‘ପୋକର କିଙ୍ଗ୍‌

ନୂଆଦିଲ୍ଲୀ : କୁହାଯାଏ ଜୁଆ ଖେଳିଲେ ଲୋକେ ସର୍ବନାଶ ହୁଅନ୍ତି । ଅର୍ଥାତ୍‌ ସବୁ ସମ୍ପତ୍ତି ହରାଇ ବସନ୍ତି । ମାତ୍ର ଏମିତି ଜଣେ ଜୁଆଡ଼ି ଅଛନ୍ତି, ଯେ କି କୋଟିପତି  । ଭାରତରେ ଜୁଆ ଖେଳକୁ ବେଆଇନ କୁହାଯାଇ ଥାଏ ମାତ୍ର ବିଶ୍ୱରେ ଅନେକ ଦେଶ ଅଛି, ଯେଉଁଠାରେ ଆଇନ ଗତ ଜୁଆଡ଼ି ଅଛନ୍ତି । ଏମିତି ଜଣେ ବ୍ୟକ୍ତି ଯେ କି ବିଶ୍ୱର ସବୁଠାରୁ ଧୀନ ଜୁଆଡ଼ି ଭାବରେ ପରିଗଣିତ । ଜୁଆ ଖେଳି ସେ କୋଟି କୋଟି ଟଙ୍କା ରୋଜଗାର କରନ୍ତି । ଏହି କାରଣରୁ ତାଙ୍କୁ ପୋକର କିଙ୍ଗ୍‌ ମଧ୍ୟ କୁହାଯାଏ ।

ଏହି ଯୁବକଙ୍କ ନାମ ହେଉଛି ଡାନ୍‌ ବିଲଜେରିୟାନ୍‌ । ୪୦ବର୍ଷୀୟ ଆମେରିକୀୟ  ଯୁବକଙ୍କ ଜୀବନରେ ପୂର୍ବରୁ ଅର୍ଥର ଅଭାବନଥିଲା, କାରଣ ତାଙ୍କ ପିତା ଜଣେ ପ୍ରତିଷ୍ଠିତ ବ୍ୟବସାୟୀ । ଏକ ସାକ୍ଷାତକାରରେ ଡାନ୍‌ କହଥିଲେ ତାଙ୍କ ପିଲା ଦିନରେ କେହି ତାଙ୍କ ପ୍ରତି ବିଶେଷ ଧ୍ୟାନ ଦେଉନଥିଲେ, ତେଣୁ ସେ ଯାହା ଚାହୁଁଥିଲେ ତାହା କରୁଥିଲେ ।

ଥରେ ଡାନ୍‌ ତାଙ୍କ ସ୍କୁଲକୁ ବନ୍ଧୁକ ଧରି ଯାଇଥିବା ବେଳେ ଧରାପଡ଼ିଥିଲେ, ଯାହା ଫଳରେ ତାଙ୍କୁ ସ୍କୁଲ୍‌ରୁ ବହିଷ୍କାର କରାଯାଇଥିଲା । ସେହି ବନ୍ଧୁକ ତାଙ୍କ ପିତାଙ୍କର ଥିଲା । ବିଦ୍ୟାଳୟରେ ସମସ୍ତଙ୍କୁ ଦେଖାଇବା ପାଇଁ ଡାନ୍‌ ବନ୍ଧୁକଟିକୁ ସ୍କୁଲ୍‌ ନେଇଥିଲେ । ତାଙ୍କର ବିଳାସପୂର୍ଣ୍ଣ ଜୀବନଶୈଳୀ ପାଇଁ ସେ ସାରା ବିଶ୍ୱରେ ବେଶ୍‌ ପରିଚିତ । ଲସ୍‌ଭେଗାସରେ ତାଙ୍କରଏକ ଘର ଅଛି, ଯାହାର ମୂଲ୍ୟ ପ୍ରାୟ ୩୨କୋଟି ଟଙ୍କା । ଯେଉଁଠାରେ ସେ ଅଧିକାଂଶ ସମୟ ପାର୍ଟି କରିଥାନ୍ତି ।

ଗତବର୍ଷ ତାଙ୍କର ଏକ ଫଟୋ ଭାଇରାଲ୍‌ ହୋଇଥିଲା । ଯେଉଁଥିରେ ସେ ପନ୍ଧିଥିବା ଏକ ଘଣ୍ଟାର ମୂଲ୍ୟ ପ୍ରାୟ ୧.୩୬କୋଟି ଟଙ୍କା ବୋଲି କୁହାଯାଇଥିଲା । ବନ୍ଧୁକ ଏବଂ ବିଳାସପୂର୍ଣ୍ଣ ଗାଡ଼ିମୋଟରକୁ ଡାନ୍‌ ଖୁବ୍‌ ପସନ୍ଦ କରନ୍ତି । ଗୋଟିଏ ପରେ ଗୋଟିଏ ମହଙ୍ଗା ବନ୍ଧୁକ ଏବଂ ଗାଡ଼ି କିଣନ୍ତି । ସେ ଧନୀ ତଥା ଜଣାଶୁଣା ବ୍ୟକ୍ତିତ୍ୱ ହୋଇଥିବାରୁ ତାଙ୍କ ନିକଟରେ ଝିଅଙ୍କ ଲମ୍ବା ଧାଡ଼ି ମଧ୍ୟ ଲଗେ ।

ସୋସିଆଲ ମିଡିଆରେ ତାଙ୍କର ଏପରି ଅନେକ ଫଟୋ ଅଛି, ଯେଉଁଥିରେ ତାଙ୍କ ଚତୁଃପାଶ୍ୱର୍ରେ ଝିଅମାନେ ଘେରି ରହିଛନ୍ତି । ଏହି କାରଣରୁ ତାଙ୍କୁ ପ୍ଲେ ବୟ ମଧ୍ୟ କୁହାଯାଏ । ତାଙ୍କ ନିକଟରେ ଦାମୀ ଘର, ଗାଡ଼ି ଆଦିର ଅଭାବ ନାହିଁ । ଏହିସବୁ ସମ୍ପତ୍ତି ସେ କେବଳ ଜୁଆ ଖେଳି ରୋଜଗାର କରିଥିବା ଟଙ୍କାରରେ କରିଛନ୍ତି । ଏପରିକି ଗୋଟିଏ ରାତିରେ ଜୁଆ ଖେଳି ସେ ୮୩ କୋଟି ଟଙ୍କା ରୋଜଗାର କରିଥିଲେ।

Get real time updates directly on you device, subscribe now.