ଅଜବ ଘୋଷଣା! ଜଣେ ଅପରାଧୀଙ୍କୁ ଧରିବା ପାଇଁ ‘୨୫ ପଇସା’ ପୁରସ୍କାର ଘୋଷଣା କଲା ପୋଲିସ

ନୂଆଦିଲ୍ଲୀ: ଅନେକ ସମୟରେ କିଛି ମୋଷ୍ଟ ୱାଣ୍ଟେଡ ଅପରାଧୀ ପୋଲିସର ନିଦ ହଜାଇ ଦେଇଥାନ୍ତି । ଏପରି ଅପରାଧୀମାନଙ୍କୁ ଧଣିବା ପାଇଁ ପୋଲିସ ପାଠ କାଠିକର ପାଠ ହୋଇଥାଏ । ତେଣୁ ଏପରି ସ୍ଥିତିରେ ପୋଲିସ ପକ୍ଷରୁ ପୁରସ୍କାର ରାଶି ଘୋଷଣା କରାଯାଇଥାଏ । ଉକ୍ତ ଅପରାଧୀକୁ ଯଦି କେହି ଧରାଇ ଦିଅନ୍ତି, ବା ତା’ ସମ୍ପର୍କରେ ସୂଚନା ଦିଅନ୍ତି ତେବେ ସୂଚନାଦାତାଙ୍କୁ ପୁରସ୍କାର ରାଶି ମିଳିବ ବୋଲି ପୋଲିସ ପକ୍ଷରୁ ଘୋଷଣା କରାଯାଇଥାଏ । ପୂର୍ବରୁ ଦେଶ ତଥା ରାଜ୍ୟର କିଛି ବଡ଼ ଅପରାଧୀଙ୍କ ୫୦ ହଜାର, ୧ ଲକ୍ଷ ଟଙ୍କା ବା ତା’ଠାରୁ ଅଧିକ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିବାର ଦେଖିବାକୁ ମିଳିଥିଲା ।

ତେବେ ଏହା ମଧ୍ୟରେ ଜଣେ ଅପରାଧୀ ପାଇଁ ପୋଲିସ ଯେଉଁ ପୁରସ୍କାର ରାଶି ଘୋଷଣା କରିଛି ତାହା ଶୁଣିଲେ ଯେ କେହି ବି ନ ହସି ରହିପାରିବନି । ରାଜସ୍ଥାନରୁ ଆସିଛି ଏଭଳି ଏକ ଅଜବ ମାମଲା । ଖୁବିରାମ ଜାଟ ନାମକ ଜଣେ ଫେରାର କୁଖ୍ୟାତ ଅପରାଧୀକୁ ଧରିବା ପାଇଁ ରାଜସ୍ଥାନର ଭରତପୁର ଜିଲ୍ଲା ପୋଲିସ ମାତ୍ର ‘୨୫ ପଇସା’ ପୁରସ୍କାର ରାଶି ଘୋଷଣା କରିଛି । ଏହି ପୁରସ୍କାର ରାଶି ବିଷୟରେ ଶୁଣିବା ପରେ ଯେ କେହି ବି ଆଶ୍ୱର୍ଯ୍ୟ ହେବା ସ୍ୱାଭାବିକ । ତେବେଅପରାଧୀଙ୍କ ମନୋବଳ ଭାଙ୍ଗିବା ଓ ଲୋକଙ୍କ ମଧ୍ୟରେ ସେମାନଙ୍କୁ ନେଇ ଭୟ ଦୂର କରିବା ପାଇଁ ପୋଲିସ ଏଭଳି ଏକ ନିଆରା ପଦକ୍ଷେପ ଗ୍ରହଣ କରିଛି । ତେବେ ବଜାରରେ ଏବେ ୨୫ ପଇସା କଏନ୍ ଦେଖିବାକୁ ମିଳୁନଥିବା ବେଳେ ପୋଲିସର ଏଭଳି ଘୋଷଣା ଏବେ ସଭିଙ୍କ ଆଶ୍ଚର୍ଯ୍ୟ କରିଦେଇଛି ।