fbpx

କରୋନା ସଂକ୍ରମିତଙ୍କ ଉପରେ ପୋଲିସର ଜୁଲମ୍, ଭାଇରାଲ୍ ହେଲା ଭିଡିଓ

ମଧ୍ୟପ୍ରଦେଶ, ୧୨ା୪ (ଓଡିଶା ଭାସ୍କର) : ବର୍ବରତାର ସୀମା ଟପିଗଲା ପୋଲିସ୍ । ମଧ୍ୟପ୍ରଦେଶର ଖଣ୍ଡୱା ଜିଲ୍ଲାରୁ ଆସିଛି ଏପରି ଏକ ଚିତ୍ର ଯାହାକୁ ଦେଖିଲେ ଆପଣଙ୍କ ରକ୍ତ ଗରମ ହୋଇଯିବ । ମଧ୍ୟପ୍ରଦେଶର ଖଣ୍ଡୱା ଜିଲ୍ଲାରେ ପୋଲିସ୍ ଅଧିକାରୀ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ହେଉଥିବା ବିବାଦର ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଯାହା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ପୋଲିସ୍ କୁ ନାନା ପ୍ରକାରର ନିନ୍ଦା କରିଛନ୍ତି । ଏଥିସହିତ ଉକ୍ତ ପୋଲିସ୍ ଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ କରିବା ନେଇ ଦାବି ମଧ୍ୟ ହୋଇଛି ।

ସୁଚନା ଅନୁଯାୟୀ, ଖଣ୍ଡୱା ଜିଲ୍ଳାରେ ଜଣେ ୨୦ ବର୍ଷିୟ ଯୁବକ କରୋନା ସଂକ୍ରମିତ ହୋଇଥିବାରୁ ତାଙ୍କୁ ନେବା ପାଇଁ ସ୍ୱାସ୍ଥ୍ୟକର୍ମୀ ମାନେ ତାଙ୍କ ଘରକୁ ଆସିଥିଲେ । ହେଲେ ତାଙ୍କ ଘର ଲୋକେ ଉକ୍ତ ଯୁବକକୁ ସ୍ୱାସ୍ଥ୍ୟକର୍ମୀ ମାନଙ୍କ ସହ ଯିବାକୁ ଦେଲେନି । ଫଳରେ ସ୍ୱାସ୍ଥ୍ୟକର୍ମୀ ଏବଂ ପରିବାରଲୋକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏ

ହାପରେ ସ୍ୱାସ୍ଥ୍ୟକର୍ମୀ ମାନେ ଥାନରେ ଅଭିଯୋଗ କରିଥିଲେ । ସେଠାରେ ପୋଲିସ୍ ଆସି ପହଞ୍ଚିଥିଲା । ହେଲେ ପୋଲିସ୍ ହଠାତ୍ ଉକ୍ତ ପରିବାର ଏବଂ ସ୍ୱାସ୍ଥ୍ୟକର୍ମୀ ମହିଳାଙ୍କୁ ମାରିବା ଆରମ୍ଭ କରି ଦେଇଥିଲା । ପୋଲିସ୍ ଏପରି ମାରୁଥିବା ଦେଖି କିଛି ଲୋକ ସେମାନଙ୍କୁ ବଞ୍ଚାଇବାକୁ ଆସିଥିଲେ କିନ୍ତୁ ପୋଲିସ୍ ସେମାନଙ୍କୁ ମଧ୍ୟ ମାରିଥିଲେ । ତେବେ ଏନେଇ ମାଖନ ଥାନା ପ୍ରଭାରୀ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ସଂକ୍ରମିତଙ୍କୁ ଆଣିବାକୁ ଯାଇଥିବା ସ୍ୱାସ୍ଥ୍ୟକର୍ମୀଙ୍କ ଉପରକୁ ଆକ୍ରମଣ ହୋଇଥିବା ନେଇ ଆମ ପାଖରେ ଏଫଆଇଆର୍ ହୋଇଥିଲା । ତାପରେ ସେଠାକାର ପୋଲିସ୍ ଅଧିକାରୀ ଉକ୍ତ ସ୍ଥାନକୁ ଯାଇଥିଲେ । ସେମାନେ ମଧ୍ୟ ଏହି ମାରପିଟ୍ ରେ ଘାୟଲ୍ ହୋଇଛନ୍ତି । ବର୍ତ୍ତମାନ ଘଟଣାର ତଦନ୍ତ ଜାରି ରହିଛି ।

Get real time updates directly on you device, subscribe now.