ଭୁବନେଶ୍ୱର: କମିସନରେଟ୍ ପୋଲିସକୁ ବଡ଼ ସଫଳତା। ଠକ ଗ୍ୟାଙ୍ଗକୁ କଲା ଠାବ। ସୂଚନାନୁଯାୟୀ, ଏହି ଠକ ଗ୍ୟାଙ୍ଗ ଘରକୁ ଘର ବୁଲି ଲୋକଙ୍କୁ ଠକୁଥିଲେ। ବ୍ଲାକମନି ଅଛି କହି ଠକୁଥିଲେ ଠକ ଦଲାଲ।
ଯେଉଁ ଟଙ୍କା ଦେବେ ତା’ର ଦୁଇଗୁଣା ପାଇବେ ବୋଲି ଏମାନେ କହୁଥିଲେ। ଶେଷରେ କମିସନରେଟ୍ ପୋଲିସ ଏହି ଠକ ଗ୍ୟାଙ୍ଗକୁ ଧରିଛି। ଏହାପରେ ସେମାନଙ୍କୁ ଜେରା କରାଯାଉଛି।