fbpx

(Video) ସମସ୍ତଙ୍କ ସାମ୍ନାରେ ବୃଦ୍ଧିଙ୍କୁ ନିର୍ଯ୍ୟାତନା: ଗୋଇଠା ମାରି ମାରି ଟ୍ରାକ୍ ଉପରେ ଝୁଲାଇଦେଲେ ପୋଲିସ ବାବୁ, ଆଉ ତା’ପରେ…

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ସମସ୍ତେ ଭାଇରାଲ ହେବାକୁ ଚାହାଁନ୍ତି, କିନ୍ତୁ କିଛି ଲୋକଙ୍କ ପାଇଁ ଏହା ସମସ୍ୟା ହୋଇଯାଏ । ଏପରି କିଛି ଘଟଣା ରିୱା ଜିଲ୍ଲାର କନଷ୍ଟେବଳଙ୍କ ସହ ହୋଇଛି । ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି କ୍ରୋଧର ବର୍ଷା ହେଉଛି । ତେବେ ମଧ୍ୟପ୍ରଦେଶର ଜବଲପୁର ରେଲୱେ ଷ୍ଟେସନରେ କେହି ନିଜ କ୍ୟାମେରାରେ ଏପରି ଏକ ଘଟଣାର ଦୃଶ୍ୟ କଏଦ୍ କରିଛି, ଯାହାକୁ ନେଇ ପୋଲିସ କନଷ୍ଟେବଳଙ୍କୁ ନିଲମ୍ବିତ କରାଯାଇଛି ।

ମାତ୍ର ୩୦ ସେକେଣ୍ଡର ଏହି ଭିଡିଓରେ ପୋଲିସ୍ କନଷ୍ଟେବଳ ଜଣେ ବୃଦ୍ଧଙ୍କୁ ଗୋଇଠା ମାରୁଥିବାର ଦେଖିବାକୁ ମିଳିଛି । ପୋଲିସ କନଷ୍ଟେବଳ ଜଣଙ୍କର ନାଁ ଅନନ୍ତ ମିଶ୍ର ବୋଲି ପରିଚୟ ମିଳିଛି । ଭିଡିଓରେ ଦେଖାଯାଇଥିବା ବୃଦ୍ଧଙ୍କ ସହ ସେ ଅତ୍ୟାଚାର କରିଥିବା ଦେଖିବାକୁ ମିଳିଛି । ଭିଡିଓରେ ପୋଲିସ ବାବୁ ଜଣକ ଜଣେ ବୃଦ୍ଧଙ୍କୁ ନିର୍ଦ୍ଦୟ ଭାବରେ ମାଡ଼ ମାରୁଥିବା ଦେଖିବାକୁ ମିଳିଛି ।

ପୋଲିସ ବାବୁ ଜଣକ କେତେବେଳେ ବୃଦ୍ଧଙ୍କୁ ଗୋଇଠା ତ ଆଉ କେତେବେଳେ ମୁକ୍କା ମାରୁଥିବା ଦେଖିବାକୁ ମିଳିଛି । ଏହା ପରେ ପୋଲିସ୍ ବାବୁ ସେହି ବୃଦ୍ଧ ଜଣଙ୍କୁ ଟାଣି ନେଇ ରେଳ ପ୍ଲାଟଫର୍ମ ପାର୍ଶ୍ୱରେ ଝୁଲାଇ ଦେଇ ପୁଣି ମାଡ଼ ମାରୁଥିବା ନଜର ଆସିଛନ୍ତି । ଭିଡିଓ ଭାଇରାଲ ହେବା ପରେ ଅନନ୍ତ ମିଶ୍ରଙ୍କୁ ନିଲମ୍ବିତ କରାଯାଇଛି ।

ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ସେୟାର କରାଯାଇଛି । କୁହାଯାଉଛି ଯେ, କିଛି ପ୍ରସଙ୍ଗରେ ବୃଦ୍ଧ ଓ ପୋଲିସ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଭିଡିଓଟି ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ଏବଂ ତାଙ୍କ କାର୍ଯ୍ୟକଳାପ ପାଇଁ ପୋଲିସ କର୍ମଚାରୀଙ୍କୁ ବହୁତ ଟ୍ରୋଲ ମଧ୍ୟ କରାଯାଉଛି ।

Get real time updates directly on you device, subscribe now.