fbpx

୧୯୦୦ କୋଟି ଟଙ୍କାର ଜବତ ଡ୍ରଗ୍ସକୁ ନିଆଁରେ ପୋଡ଼ି ନଷ୍ଟ କଲା ପୋଲିସ

ନୂଆଦିଲ୍ଲୀ: କଥାରେ ଅଛି, ‘ସରକାର କା ମାଲ୍, ଦରିଆ ମେଁ ଡାଲ ।’ ନିକଟରେ ଆସାମରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଜବତ ହୋଇଥିବା ୯୩୫ କେଜିର ଡ୍ରଗ୍ସକୁ ପୋଲିସ ନଷ୍ଟ କରିଦେଇଥିବା ଜଣାପଡ଼ିଛି । ଉକ୍ତ ଡ୍ରଗ୍ସର ମୂଲ୍ୟ ପାଖାପାଖି ୧୯୨୦ କୋଟି ହେବ ବୋଲି କୁହାଯାଉଛି । କାଚର ଜିଲ୍ଲାର ବିଭିନ୍ନ ସ୍ଥାନରେ ରେଡ୍ କରଯାଉ ଉକ୍ତ ଡ୍ରଗ୍ସ ଜବତ କରାଯାଇଥିଲା ।

୬.୨୧୪ କେଜିର ହେରୋଇନର ମୂଲ୍ୟ ୩୧.୦୭ ଟଙ୍କା, ୬୮୩ କେଜିର ଗଞ୍ଜାର ମୂଲ୍ୟ ୧୭୫୧ କୋଟି, ୨୭୧ କୋଟିର କଫ ସିରପ ବଟଲର ମୂଲ୍ୟ ୧୬.୨୬ କୋଟି, ୬.୦୪ ଖଣ୍ଡ ୟବ ଟାବଲେଟର ମୂଲ୍ୟ ୧୨୦.୮୦ କୋଟି ଟଙ୍କା ହେବ । ତେବେ ଏହି ବିପୁଳ ପରିମାଣର ଡ୍ରଗ୍ସକୁ ନିଆଁ ଲଗାଇ ନଷ୍ଟ କରାଯାଇଥିବା ପୋଲିସ ସୂଚନା ଦେଇଛି । ଏହାଛଡ଼ା ରାଜ୍ୟର କରିମାଗଞ୍ଜ ଜିଲ୍ଲାରେ ମଧ୍ୟ ୬୮ କୋଟି ଟଙ୍କାର ଡ୍ରଗ୍ସ ନଷ୍ଟ କରାଯାଇଥିଲା ।

ତେବେ କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଏହି ପଦକ୍ଷେପ ନିଆଯାଇଥିବା ଡିଆଇଜି ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ନିର୍ଦ୍ଦେଶ ଅନୁଯାୟୀ ଗତବର୍ଷ ମେ ମାସ ୧୦ ତାରିଖରୁ ଡ୍ରଗ୍ସ ଅପରେସନ ଆରମ୍ଭ ହୋଇଥିଲା । କୌଣସି ବ୍ୟକ୍ତି ଡ୍ରଗ୍ସ ସହ ଜଡ଼ିତ ଥିବା ପ୍ରମାଣ ମିଳିଲେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଥିଲା ।

Get real time updates directly on you device, subscribe now.