fbpx
BSKY SKY
BSKY SKY

ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି: ପୋଲିସ ଡିଜି କହିଲେ- ‘ଦାୟିତ୍ୱରେ ଥିବା ହାବିଲଦାର ସସପେଣ୍ଡ’

BSKY

ନୀଳଗିରି(ଓଡ଼ିଶା ଭାସ୍କର): ନୀଳଗିରିରେ ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପୋଲିସ କଷ୍ଟଡି ଦାୟିତ୍ୱରେ ଥିବା ହାବିଲଦାରଙ୍କୁ ସସପେଣ୍ଡ କରାଯାଇଛି । ହାବିଲଦାର ସସପେଣ୍ଡ ନେଇ ପୋଲିସ ଡିଜି ସୁନୀଲ ବଂଶଲ ସୂଚନା ଦେଇଛନ୍ତି । ଘଟଣାର ଦତନ୍ତ ଚାଲିଛି ବୋଲି ପୋଲିସ ଡିଜି କହିଛନ୍ତି । ଆଇଆଇସିଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିଥିବା ହାବିଲଦାରଙ୍କୁ ସସପେଣ୍ଡ୍ କରାଯାଇଛି ।

ସୂଚନା ଅନୁଯାଇ, ବୁଧବାର ସକାଳେ ନୀଳଗିରିର ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ହୋମ୍‌ଗାର୍ଡଙ୍କୁ ଆକ୍ରମଣ କରିବା ଘଟଣାରେ ପୋଲିସ ଗିରଫ କରିଥିଲା । ସେ ଥାନାରେ ଥିବା ସମୟରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ବୁଧବାର ରାତିରେ ବାଲେଶ୍ୱର ସଦର ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଗୁରୁବାର ସକାଳେ ତାଙ୍କୁ ଜଗିଥିବା ପୋଲିସ କର୍ମଚାରୀ ତାଙ୍କ ଗୋଡ଼ରେ ବେଡି ପକାଇ ଖଟରେ ବାନ୍ଧି ଦେଇଥିଲେ ।

ଯେଉଁ ପୋଲିସ କର୍ମଚାରୀମାନେ ତାଙ୍କ ଗୋଡ଼ରେ ବେଡି ପକାଇଥିଲେ ସେନେଇ ସାମ୍ବାଦିକ ଲୋକନାଥ ସେମାନଙ୍କୁ ପଚାରିବାରୁ ସେମାନେ ପ୍ରଥମେ ବଡ଼ ସାର୍‌ ଓ ପରେ ନୀଳଗିରି ଆଇଆଇସି ମାଡାମ୍‌ଙ୍କ ନିର୍ଦ୍ଦେଶରେ ଏପରି କରିଥିବା କହିଥିଲେ । ଅନ୍ୟପକ୍ଷରେ ନୀଳଗିରି ଏସ୍‌ଡିିଓ ସଫେଇରେ କହିଛନ୍ତି ଯେ ଏପରି ନିର୍ଦ୍ଦେଶ ଉପରୁ ଜମା ଆସିନାହିଁ । ସେହି ରି ନୀଳଗିରି ଆଇଆଇସି ମଧ୍ୟ ସଫେଇ ଦେଇ କହିଛନ୍ତି ଯେ ସେ କୌଣସି ଏପରି ନିର୍ଦ୍ଦେଶ ଦେଇନାହାନ୍ତି । ତେବେ ଏହି ଘଟଣାକୁ ରାଜ୍ୟର ସାମ୍ବାଦିକ ଓ ବୁଦ୍ଧିଜୀବୀ ମହଲ ଦୃଢ଼ ନିନ୍ଦା କରିବା ସହ ଦୋଷୀ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି । ପୋଲିସ ସୀମା ଉଲ୍ଲଂଘନ କରିଥିବା ସେମାନେ ଦର୍ଶାଇଛନ୍ତି ।

ସୂଚନାଯୋଗ୍ୟ ଯେ ଗିରଫ ସାମ୍ବାଦିକ ଶ୍ରୀ ଦଳେଇ ଗତ ୫ ତାରିଖ ପୂର୍ବାହ୍ନରେ ନୀଳଗିରି ବଜାରକୁ ଶାଗ କିଣିବାକୁ ଯାଇଥିଲେ । ସେ ଗାଡ଼ି ରଖି ଶାଗ କିଣୁଥିବା ସମୟରେ ଜଣେ ହୋମ୍‌ଗାର୍ଡ ଭାରସାମ୍ୟ ହରାଇ ତାଙ୍କ ଗାଡ଼ିକୁ ମୋ ଗାଡ଼ି ସହ ଧକ୍କା ଲଗାଇଥିଲେ । ଫଳରେ ମୋ ଗାଡ଼ି ଭାଙ୍ଗି ଯାଇଥିଲା । ଏହାପରେ ମୁଁ ତାଙ୍କ ହେଲମେଟ ଛଡ଼ାଇ ଆଣିଥିଲି ଓ ଗାଡ଼ି ତିଆରି କରି ଆଣିଲେ ହେଲ୍‌ମେଟ ନେବେ ବୋଲି କହିଥିଲି । ତେବେ ମୁଁ ଜାଣିନଥିଲି ସେ ଜଣେ ହୋମ୍‌ଗାର୍ଡ ବୋଲି । ଏହି ସମୟରେ ଜଣେ ପାଖ ଦୋକାନୀ କହିଥିଲେ ତାଙ୍କୁ ତାଙ୍କ ହେଲମେଟ ଫେରାଇଦିଅ । ମୁଁ ହେଲମେଟ ଫେରାଇ ଦେଇଥିଲି ଓ ଘରକୁ ଫେରି ଆସିଥିଲି । କଥା ସେଇଠି ହିଁ ସରିଥିଲା । ତେବେ ମୋ ନାମରେ ଏହି ଘଟଣାକୁ ନେଇ ସେ ମାମଲା ରୁଜୁ କରିଥିବାର ଜାଣିବା ପରେ ମୁଁ ଥାନା ଅଧିକାରିଣୀଙ୍କୁ ଫୋନ୍‌ କରି ଏ ବିଷୟରେ ପଚାରିଥିଲି । ସେ କହିଥିଲେ ତମେ ହୋମ୍‌ଗାର୍ଡଙ୍କୁ ମାଡ଼ ମାରିଥିବାରୁ ତମ ନାମରେ ମାମଲା ରୁଜୁ ହୋଇଛି । ଏହାପରେ ମୁଁ ଥାନାକୁ ଯାଇଥିଲି ।

ସେଠାରେ ପହଞ୍ଚିବା ପରେ ପୋଲିସ ମୋଠାରୁ ମୋବାଇଲ ଛଡ଼ାଇନେବା ସହ ମତେ ଗିରଫ କରିଥିଲା । ତେବେ ଏହି ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶକରି ନୀଳଗିରି ବିଧାୟକ ସୁକାନ୍ତ ନାୟକ କହିଛନ୍ତି ଯେ ନୀଳଗିରି ପୋଲିସର ଆଚରଣ ଉଚ୍ଚାରଣ ଠିକ୍‌ ନୁହେଁ । ଏନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍‌ ବୋଲି ସେ ମତ ରଖିଥିଲେ । ଯଦି ଜଣେ ସାମ୍ବାଦିକଙ୍କ ପ୍ରତି ପୋଲିସ ଏଭଳି ଆଚରଣ କରିପାରୁଛି ତେବେ ସାଧାରଣ ଲୋକଙ୍କୁ ପୋଲିସ କ୍ରିକାର ବ୍ୟବହାର ଦେଖାଉଥିବ ତାହା ଏଥିରୁ ସହଜରେ ଅନୁମେୟ ।

Get real time updates directly on you device, subscribe now.