fbpx

ଧରାପୃଷ୍ଠରେ ଜନ୍ମନେଲା ଏକ ବିରଳ ପଶୁ, ଦେଖିବାକୁ ଲାଗିଛି ଶହ ଶହ ଲୋକଙ୍କର ଭିଡ଼

ନୂଆଦିଲ୍ଲୀ: ବେଳେବେଳେ ଏ ଦୁନିଆରେ ଅଜବ ପ୍ରକାରର ଘଟଣା ସବୁ ଘଟିଥାଏ, ଯାହାକୁ କି ଆଖିରେ ନ ଦେଖିବା ପର୍ଯ୍ୟନ୍ତ କେହି ବିଶ୍ୱାସ କରନ୍ତି ନାହିଁ । ତେବେ ନିକଟରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ତୁର୍କିରେ । ସେଠାରେ ଏକ ଅଜବ ଧରଣର ମେଷ ଶାବକ ଜନ୍ମ ନେଇଛି, ଯାହାକୁ କି ଲୋକମାନେ ଈଶ୍ୱରଙ୍କ ଚମକ୍ରାର ବୋଲି କହୁଛନ୍ତି । ଉକ୍ତ ପଶୁଟି ଜନ୍ମ ହେବା ପରେ ତାହା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଯାଇଛି । ଏହି ମେଷ ଶାବକକୁ ଦେଖିବା ପାଇଁ ବହୁ ଦୂରଦୂରାନ୍ତରୁ ଲୋକମାନେ ଆସୁଥିବା ଦେଖାଯାଉଛି ।

ରିପୋର୍ଟ ଅନୁସାରେ, ତୁକିର ମର୍ସିନରେ ରହୁଥିବା ହୁସେନ ଓ ଆୟସେଲ ତୌସୁନଙ୍କ ଘରେ ଏହି ପଶୁଟି ଜନ୍ମ ନେଇଛି । ଏହା କଳା ରଙ୍ଗର ହୋଇଥିବା ବେଳେ ତା’ର ଶରୀରେ କୌଣସି କେଶ ନାହିଁ । ପଶୁଟି ଜନ୍ମ ହେବାର ୫ ଦିନ ପରେ ବିଭିନ୍ନ ଅଞ୍ଚଳରୁ ଲୋକମାନେ ହୁସେନଙ୍କ ଘରକୁ ଆସି ଜନ୍ତୁଟିର ଫଟୋ ଉତ୍ତୋଳନ କରିବାରେ ଲାଗି ପଡ଼ିଥିଲେ ।

ଏ ବାବଦରେ ଆୟସେଲ କୁହନ୍ତି ଯେ, ମେଷ ଶାବକଟିକୁ ଆମେ ନିଜର ସନ୍ତାନ ଭଳି ଲାଳନପାଳନ କରୁଛୁ । ତାକୁ କ୍ଷୀର ପିଆଉଛୁ, ତା’ ମାଆ ପାଖକୁ ନେଇ ଯାଉଛୁ, କପଡ଼ା ପରିଧାନ କରାଉଛୁ, ଦେଖାଶୁଣା କରୁଛୁ । ଆମେ ଏଭଳି ପଶୁ ଜୀବନରେ କେବେ ଦେଖିନାହୁଁ । ଆମ ଘରେ ଯମଜ ମେଷ ଶାବକ ଜନ୍ମ ନେଇଥିଲେ । ମାତ୍ର ସେମାନଙ୍କ ମଧ୍ୟରୁ ଗୋଟିଏ ଜନ୍ମ ପୂର୍ବରୁ ହିଁ ମାଆ ଗର୍ଭରେ ମରି ସାରିଥିଲା ।

Get real time updates directly on you device, subscribe now.