fbpx

ଅବସର ଗ୍ରହଣ କରିବେ ପୋଲିସ ଡିଜି ସୁନିଲ ବଂଶଲ, ନୂଆବର୍ଷରୁ କାର୍ଯ୍ୟକାରୀ ଡିଜି

ଓଡ଼ିଶା ଭାସ୍କର: ଓଡ଼ିଶା ପୋଲିସ ଡିଜି ସୁନୀଲ ବଂଶଲ ଆସନ୍ତାକାଲି ଅବସର ଗ୍ରହଣ କରିବେ । ତେବେ ପରବର୍ତ୍ତୀ ଡିଜି ପଦ ପାଇଁ ନାମ ଚୂଡ଼ାନ୍ତ ହେବା ନେଇ କୌଣସି ବୈଠକ ହୋଇପାରି ନଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ୟୁପିଏସ୍‌ସି ପକ୍ଷରୁ ୩ ଜଣ ବରିଷ୍ଠ ଅଧିକାରୀଙ୍କ ନାମ ସୁପାରିଶ କରାଯିବା ନେଇ କୌଣସି ସୂଚନା ମିଳିପାରି ନାହିଁ । ତେଣୁ ନୂଆ ବର୍ଷରୁ ନୂଆ ଡିଜିପି ନିଯୁକ୍ତ ହେବା ନେଇ ସମ୍ଭାବନା କମ୍ ରହିଛି । ତେଣୁ ତାଙ୍କ ସ୍ଥାନରେ କାର୍ଯ୍ୟକାରୀ ଡିଜିପି ଭାବେ ଅରୁଣ ଷଡ଼ଙ୍ଗୀଙ୍କୁ ନିଯୁକ୍ତ କରାଯାଇପାରେ । ଏନେଇ ସରକାରଙ୍କ ପକ୍ଷରୁ ଖୁବ୍ ଶୀଘ୍ର ଘୋଷଣା ହୋଇପାରେ ।

Get real time updates directly on you device, subscribe now.