fbpx

କେଜ୍ରିଓ୍ବାଲଙ୍କ ଶୋଭାଯାତ୍ରାରେ ଆତଶବାଜୀ, ମାମଲା ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ଯେଉଁ ନିୟମକୁ ନିଜେ ସରକାର ଘୋଷଣା କରିଥିଲେ, ସେହି ନିୟମକୁ ହିଁ ଭାଙ୍ଗିଲେ ସମର୍ଥକ । ଆମେ କହୁଛୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ କଥା । ଦିଲ୍ଲୀରେ ପ୍ରଦୂଷଣ ପାଇଁ ଯିଏ ଆତଶବାଜୀ ବାରଣ କରିଥିଲେ, ତାଙ୍କ ସମର୍ଥକମାନେ ହିଁ ନିୟମକୁ ଫୁ କରି ବାଣ ଫୁଟାଇ ଖୁସି ମନାଇଥିଲେ । ତେବେ ସେହି ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଆପ୍ କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ମାମଲା ରୁଜୁ କରିଛି ପୋଲିସ ।

ଦୀର୍ଘ 6 ମାସ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଜେଲରୁ ବାହାରିବା ଦିନ ତାଙ୍କ ସମର୍ଥକମାନେ ପାର୍ଟି ଅଫିସ ବାହାରେ ବାଣ ଫୁଟାଇଥିବା ନଜରକୁ ଆସିଥିଲା । କାର୍ଯ୍ୟକର୍ତ୍ତାମାନେ ବାଣ ଫୁଟାଇ ଖୁସି ମନାଇ କେଜ୍ରିଓ୍ବାଲଙ୍କୁ ସ୍ବାଗତ କରିଥିଲେ । ତେବେ ବର୍ତ୍ତମାନ ଏହା କାର୍ଯ୍ୟକର୍ତ୍ତାଙ୍କ ଉପରେ ଭାରି ପଡିଛି । ଏହି ଘଟଣାକୁ ନେଇ ପୋଲିସ ଆପ୍ କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ମାମଲା ରୁଜୁ କରିଛି । କେଜ୍ରିଓ୍ବାଲଙ୍କ ସରକାରୀ ବାସଭବନ ବାହାରେ ଆତଶବାଜି କରିଥିବା ଆପ୍ କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ସିବିଲ ଲାଇନ ଥାନାରେ ମାମଲା ଦାୟର କରାଯାଇଛି । ତେବେ ବାଣ ଫୁଟାଇବାର ଭିଡିଓ ଦିଲ୍ଲୀ ବିଜେପିର ନେତାମାନେ ସୋସିଆଲ ମିଡିଆରେ ସେୟାର କରିଥିଲେ । ଏହାକୁ ଆରାଧ କରି ମାମଲା ରୁଜୁ କଲା ପୋଲିସ । ତେବେ କାର୍ଯ୍ୟାନୁଷ୍ଠାନ ହେବ କି ନାହିଁ ତାହା ଦେଖିବାକୁ ବାକି ରହିଲା ।

Get real time updates directly on you device, subscribe now.