fbpx

ପୁଲିସ୍ ଛାଉଣିରେ ଗ୍ୟାଙ୍ଗଷ୍ଟରର ଗାଁ

କଟକ: କୁଖ୍ୟାତ୍ ଗ୍ୟାଙ୍ଗଷ୍ଟର୍ ହାଇଦର୍ ର ମୃତ୍ୟୁ ପରେ ତାର ଗାଁକୁ ପୁଲିସ୍ ଛାଉଣି କରାଯାଇଛି । ପୁଲିସ୍ ର କଡ଼ା ପହରା ଭିତରେ ଏବେ ତାର ଗାଁ ରହିଛି । ଯେପରି କୌଣସି ଉତ୍ତେଜନା ହେବ ନାହିଁ ସେନେଇ ପୁଲିସ୍ ସଚେତନ ରହିଛି ।

ସୂଚନା ଯୋଗ୍ୟ ଯେ, ପୁଲିସ୍ ଏନକାଉଣ୍ଟରେ ଆଜି ହାଇଦର୍ ର ମୃତ୍ୟୁ ହୋଇଛି । ଆଜି ହାଇଦର୍ କୁ ଚୌଦ୍ୱାରରୁ ବାରିପଦା ଜେଲ୍ କୁ ନିଆଯାଉଥିବା ବେଳେ ହାଇଦର୍ ପରିସ୍ରା ବାହାନାରେ ଖସି ଯିବାକୁ ଉଦ୍ୟମ କରିଥିଲା । ବାରମ୍ବାର ସତର୍କ କରାଇବା ପରେ ମଧ୍ୟ ହାଇଦର୍ ପୋଲିସ୍ କଥା ଶୁଣିନଥିଲା । ଫଳରେ ୫ ରାଉଣ୍ଡ୍ ଗୁଳି ଚଳାଇଥିଲା ପୋଲିସ୍ । ଏଥିରେ ହାଇଦର୍ ର ପେଟରେ ଗୁଳି ବାଜିଥିଲା। ଏନକାଉଣ୍ଟର ପରେ ଚିକିତ୍ସା ପାଇଁ ତାକୁ ବାଲେଶ୍ୱର ମେଡିକାଲ୍ କୁ ନିଆଯାଇଥିଲା । କିନ୍ତୁ ପରେ ତାର ମୃତ୍ୟୁ ହୋଇଯାଇଛି ।

Get real time updates directly on you device, subscribe now.