fbpx

ବିବାହ ନ କରି ବି ବର ସାଜିଲେ ପୋଲିସ ଅଫିସର, ଥାନାରୁ ବଦଳି ହେବା ପରେ ଘଟିଥିଲା ଏମିିତି….

Advertisement

ନୂଆଦିଲ୍ଲୀ: ସାଧାରଣତଃ ଉତ୍ତରପ୍ରଦେଶରେ ଅନେକ ଅପରାଧିକ ମାମଲାକୁ ନେଇ ପୋଲିସର ଛବି ଖରାପ ରହିଥାଏ । ମାତ୍ର ବର୍ତ୍ତମାନ ଏହି ରାଜ୍ୟର ଜଣେ ପୋଲିସ ଅଫିସରଙ୍କ ବିଷୟରେ ଶୁଣିବା ପରେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ । ସମ୍ଭଲ ଜିଲ୍ଲାର ଅସମୋଲି ଥାନାରେ କାର୍ଯ୍ୟରତ ଜଣେ ଷ୍ଟେସନ ହାଉସ୍ ଅଫିସର (ଏସଏଚଓ)ଙ୍କ କର୍ତ୍ତବ୍ୟନିଷ୍ଠା, ନିର୍ମଳ ଭାବମୂର୍ତ୍ତି ପାଇଁ ଜନସାଧାରଣ ତାଙ୍କୁ ବିରାଟ ପଟୁଆରରେ ବିଦାୟ ଦେଇଛନ୍ତି ।

ଜଣାପଡ଼ିଛି ଏହି ପୋଲିସ ଅଫିସରଙ୍କ ନାମ ହେଉଛି ରଣବୀର ସିଂହ । ପୂର୍ବରୁ ଅନେକ ପୋଲିସ ଅଫିସର ବିଦାୟ ନେଇଥିଲେ ମଧ୍ୟ ରଣବୀରଙ୍କ ବିଦାୟ ଥିଲା ସମ୍ପୂର୍ଣ୍ଣ ଅଲଗା ପ୍ରକାରର । କିଛିଦିନ ପୂର୍ବରୁ ରଣବୀରଙ୍କ ଟ୍ରାନ୍ସଫର ଅମରୋହା ଜିଲ୍ଲାକୁ ହୋଇଥିଲା । ଫଳରେ ଜନସାଧାରର ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେବା ପାଇଁ ଏକ ପାର୍ଟିର ଆୟୋଜନ କରିଥିଲେ । ନିଜର ପ୍ରିୟ ଅଧିକାରୀଙ୍କ ବିଦାୟ ଦିବସକୁ ସ୍ମରଣୀୟ କରିବା ପାଇଁ ଏକ ଖାସ୍ ବ୍ୟବସ୍ଥା କରାଯାଇଥିଲା । ଜିଲ୍ଲାରେ ୬ ବର୍ଷ ୪ ମାସ ପାଇଁ କାର୍ଯ୍ୟ କରିଥିବା ରଣବୀରଙ୍କୁ ଲୋକେ ମାଳା ପିନ୍ଧାଇ ଢୋଲ, ମୃଦଙ୍ଗ ବଜାଇ ଥାନାରେ ଉତ୍ସବ ପାଳନ କରିଥିଲେ । ଲୋକମାନେ ଏହି ଅବସରରେ ରଣବୀରଙ୍କ ମଥାରେ ବର ପଗଡ଼ି ବାନ୍ଧିବା ସହ ବଗି ଉପରେ ବସାଇ ସ୍ଥାନୀୟ ଅଞ୍ଚଳ ବୁଲାଇଥିଲେ । ଏହି ସମୟରେ ଲୋକମାନେ ବିବାହ ଉତ୍ସବ ପରି ନାଚି ନାଚି ରୋଷଣୀ କରିବା ସହ ଆଉ କିଛି ଲୋକ ୧୦୦, ୫୦୦ ଟଙ୍କିଆ ନୋଟ ଉଡ଼ାଉଥିବା ଦେଖାଯାଇଥିଲା । ଜଣେ ପୋଲିସ ଅଧିକାରୀଙ୍କ ପ୍ରତି ସ୍ଥାନୀୟ ଜନତାଙ୍କ ଏତେମାତ୍ରାରେ ଭଲପାଇବା ବାସ୍ତବିକ ଏକ ବିରଳ ଉଦାହରଣ ।

Get real time updates directly on you device, subscribe now.