fbpx

୪୮ଘଣ୍ଟା ବନ୍ଦ ହେବ ପୋଲିସ ସେବା ଭବନ

ଭୁବନେଶ୍ୱର, ୧୦ା୭(ଓଡ଼ିଶା ଭାସ୍କର): ଏବେ କ୍ରମାଗତ ଭାବେ ୮ରୁ ୯ଦିନ ହେବ ବହୁ ସଂଖ୍ୟକ ସଂକ୍ରମିତ ରାଜ୍ୟରେ ଚିହ୍ନଟ ହେଉଛନ୍ତି । ସେହିପରି ଭୁବନେଶ୍ୱର ଓ କଟକରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେଣୁ ସଂକ୍ରମଣ ଏଡ଼ାଇବାକୁ ୪୮ଘଣ୍ଟା ବନ୍ଦ ହେବ ପୋଲିସ ସେବା ଭବନ । ଜୁଲାଇ ୧୧ସକାଳ ୯ଟାରୁ ୧୩ତାରିଖ ସକାଳ ୯ଟା ଯାଏଁ ବନ୍ଦ ରହିବ । ୪୮ଘଣ୍ଟା ଯାଏଁ କାର୍ଯ୍ୟାଳୟକୁ କର୍ମଚାରୀ ଓ ଅନ୍ୟ ଲୋକଙ୍କ ପ୍ରବେଶ ପାଇଁ ଅନୁମତି ନାହିଁ । ଏହି ସମୟରେ ପୋଲିସ ସେବା ଭବନକୁ ସାନିଟାଇଜ କରାଯିବ । ସେକେଣ୍ଡ ସଟର ଡ଼େ ଓ ରବିବାର ଦିନ ପୋଲିସ ସେବା ଭବନ ବନ୍ଦ ରହିବ । ଏନେଇ ଟ୍ୱିଟ ଯୋଗେ ସୂଚନା ଦେଇଛି କମିଶନରେଟ ପୋଲିସ ।

Get real time updates directly on you device, subscribe now.