Breaking: ପୋଲିସ SIଙ୍କୁ ତାଙ୍କ ନିଜ ବନ୍ଧୁକରେ ଗୁଳିକରି ମାରିଦେଲା ଦୁର୍ବୃତ୍ତ

ପୋଲିସ ସବ୍-ଇନ୍ସପେକ୍ଟରଙ୍କୁ ଗୁଳି କରି ହତ୍ୟା। ବିବାଦ ସମାଧାନ ପାଇଁ ଯାଇଥିଲେ। ବନ୍ଧୁକ ଛଡ଼ାଇ ନେଇ ଗୁଳି କରି ହତ୍ୟା କଲା ଦୁର୍ବୃତ୍ତ। 

ପଞ୍ଜାବ: ପୋଲିସ SIଙ୍କୁ ଭାରି ପଡିଲା ବିବାଦ ସମାଧାନ କରିବା। ତାଙ୍କରି ବନ୍ଧୁକରେ ତାଙ୍କୁ ହିଁ ଗୁଳି କରି ମାରିଦେଲା ଦୁର୍ବୃତ୍ତ। ବିବାଦ ସମାଧାନ କରିବାକୁ ଯାଇଥିଲେ ପୋଲିସ ସବ୍-ଇନ୍ସପେକ୍ଟର। ହେଲେ ତାଙ୍କରି ପାଖରୁ ବନ୍ଧୁକ ଛଡ଼ାଇ SIଙ୍କୁ ଗୁଳି କରିଦେଲା ଦୁର୍ବୃତ୍ତ।

ଆଉ ଘଟଣାସ୍ଥଳରୁ ଫେରାର ହୋଇଗଲା। ଆଉ ଗୁଳିମାଡରେ ପ୍ରାଣ ହରାଇଲେ ପୋଲିସ ସବ୍-ଇନ୍ସପେକ୍ଟର। ହଁ ଘଟଣାଟି ଘଟିଛି ପଞ୍ଜାବର ତରନତାରଣ ଜିଲ୍ଲାରେ। ଯେଉଁଠାରେ କିଛି ବିବାଦ ଚାଲିଥିଲା। ଆଉ ବିବାଦ ସମାଧାନ କରିବାକୁ ଯାଇଥିଲେ SI ଜଣଙ୍କ।

ହେଲେ ସେ ବିବାଦ ସମାଧାନ କରିବେ କ’ଣ? ନିଜେ ଖବର ପାଲଟିଗଲେ। ଆଉ ଆକ୍ରମଣର ଶିକାର ହେଲେ। SIଙ୍କ ପାଖରୁ ବନ୍ଧୁକ ଛଡ଼ାଇ SIଙ୍କୁ ହିଁ ଗୁଳି କରିଦେଲା ଦୁର୍ବୃତ୍ତ। ଫଳରେ ଘଟଣାସ୍ଥଳରେ ହିଁ ପୋଲିସ ଜଣଙ୍କର ଜୀବନ ଦୀପ ଲିଭିଗଲା। ଆଉ ଗୁଳିକାଣ୍ଡ ଘଟାଇ ଫେରାର ହେବାରେ ସଫଳ ହେଲା ଅଭିଯୁକ୍ତ।