fbpx

ଜଳନ୍ତା ଚିତାରୁ ଅର୍ଦ୍ଧଦଗ୍ଧ ମୃତଦେହ କାଢ଼ିଲା ପୋଲିସ, ଜାଣନ୍ତୁ କଣ ରହିଛି ମାମଲା

ନୂଆଦିଲ୍ଲୀ, ୨ା୩: ଉତ୍ତରପ୍ରଦେଶର ସହାରନପୁରରେ ଜଣେ ମହିଳାଙ୍କ ଶବକୁ ଜଳନ୍ତା ଚିତାରୁ କଢ଼ା ଯାଇଛି । ମହିଳାଙ୍କ ଶ୍ୱଶୂର ଘର ଲୋକେ ହତ୍ୟା କରି ଶବକୁ ଜଳାଇ ଦେଇଥିବା ପୀଡ଼ିତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ଅର୍ଦ୍ଧ ଦଗ୍ଧ ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇ ଥିବା ଜଣାପଡ଼ିଛି ।

ସବଦଲପୁର ଗ୍ରାମରେ ୧୫ ବର୍ଷ ପୂର୍ବରୁ ବିବାହ କରିଥିବା ଜଣେ ମହିଳାଙ୍କ ମୃତ୍ୟୁ ଖବର ମିଳିଥିଲା । ମହିଳାଙ୍କ ଶାଶୂଘର ଲୋକେ ମୃତ୍ୟୁ ଖବର କାହାକୁ ନ ଜଣାଇ ଚୁପଚାପ ଶବଦାହ କରିଦେଇଥିଲେ । ପୀଡ଼ିତାଙ୍କ ପରିବାର ଲୋକେ ଏକଥା ଜାଣିବା ପରେ ପୋଲିସରେ ଅଭିଯୋଗ କରିଥିଲେ । ଫଳରେ ପୋଲିସ ଜଳନ୍ତା ନିଆଁରୁ ମହିଳାଙ୍କ ଶବ ଉଦ୍ଧାର କରିଥିଲା । ପୋଲିସ ଏନେଇ ଏକ ମାମଲା ରୁଜୁ କରିବା ସହ ୩ ଜଣଙ୍କୁ ଗିରଫ କରି ଘଟଣାର ଅନୁସନ୍ଧାନ ଚଳାଇଛି । ମହିଳାଙ୍କୁ ତାଙ୍କ ପତି ସର୍ବଦା ମାରଧର କରୁଥିବା ମୃତକଙ୍କ ପିତା ଅଭିଯୋଗ କରିଛନ୍ତି । ଶାଶୂଘର ଲୋକେ ମହିଳାଙ୍କୁ ବିଷଦେଇ ହତ୍ୟା କରିବା ସହ ଶବ ସଂସ୍କାର କରିଦେଇଥିଲେ । ଗିରଫ ତିନିଜଣ ଅଭିଯୁକ୍ତଙ୍କୁ ଆଜି ଅଦାଲରେ ହାଜର କରାଯିବ ବୋଲି ପୋଲିସ ସୂଚନା ଦେଇଛି ।

Get real time updates directly on you device, subscribe now.