fbpx

କିଏ କହୁଛି ଖାକିର ମାନବିକତା ନାହିଁ, ଗାଡ଼ି ନ ମିଳିବାରୁ ୭୫ ବର୍ଷୀୟ ବୃଦ୍ଧଙ୍କ ଶବକୁ କାନ୍ଧେଇ ଅଢ଼େଇ କିମି ଚାଲିଲେ ପୋଲିସ ଭାଇ

ନୂଆଦିଲ୍ଲୀ: ଆଜିକାଲି ଦୁନିଆରେ ଅଧିକାଂଶ ସମୟରେ ଗରିବଙ୍କ ଉପରେ ପୋଲିସର ଜୁଲମ ଦେଖିବାକୁ ମିଳିଥାଏ । ତେଣୁ ସାଧାରଣରେ ପୋଲିସ ପ୍ରତି ସମସ୍ତଙ୍କର ନକାରାତ୍ମକ ଭାବନା ରହିଥାଏ । ତେବେ ଏପରି କିଛି ପୋଲିସ ଅଧିକାରୀ ରହିଛନ୍ତି ଯେଉଁମାନଙ୍କଠାରେ କି ମାନବିକତା ରହିଛି ଏହା ନିକଟରେ ପ୍ରମାଣିତ ହୋଇଛି ଉତ୍ତରପ୍ରଦେଶରେ ।

ଜଣାପଡ଼ିଛି ଯେ, ମହାରାଜଗଙ୍ଗ ଜିଲ୍ଲା ପୋଲିସ ନିଆଁରେ ପୋଡ଼ି ହୋଇ ମୃତ୍ୟୁବରଣ କରିଥିବା ଜଣେ ବୃଦ୍ଧାଙ୍କୁ କାନ୍ଧରେ ବୋହିଛନ୍ତି । ବୃଦ୍ଧାଙ୍କର ଶବକୁ ନେବା ପାଇଁ ଗାଡ଼ି ନ ମିଳିବାରୁ ପୋଲିସ ଭାଇମାନେ ବାଧ୍ୟହୋଇ ୨.୫ କିମି ପର୍ଯ୍ୟନ୍ତ କାନ୍ଧେଇ ଇ ନେଇଥିଲେ । ଏହାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଏସପି ଉକ୍ତ ପୋଲିସ ଟିମକୁ ପାଞ୍ଚ ହଜାର ଟଙ୍କାର ପୁରସ୍କାର ପ୍ରଦାନ କରିଛନ୍ତି ।

୭୫ ବର୍ଷୀୟ ବୃଦ୍ଧା ଶିବରଜୀଙ୍କ ମୃତ୍ୟୁ ପରେ ତାଙ୍କ ଗ୍ରାମକୁ କୌଣସି ଗାଡ଼ି ପହଞ୍ଚି ପାରିନଥିଲା । ତେଣୁ ପୋଲିସ ଭାଇମାନେ ମାନବିକତା ଦେଖାଇ ଶିବରାଜୀଙ୍କ ଶବକୁ ଅଢ଼େଇ କିମି ପର୍ଯ୍ୟନ୍ତ କାନ୍ଧେଇ ନେଇ ପୋଷ୍ଟ ମର୍ଟମ କରାଇଥିଲେ । ଏହି ମହାନ୍ କାର୍ଯ୍ୟ ବିଷୟରେ ଜାଣିବା ପରେ ଏସପି ୫ ଜଣ ପୋଲିସ ଭାଇଙ୍କୁ ପୁରସ୍କୃତ କରିଥିଲେ । ପୋଲିସର ଏହି ମହନୀୟ କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ଉଦାହରଣ । ତେଣୁ ଏହି ପୋଲିସ ଅଧିକାରୀଙ୍କ ଠାରୁ ଅନ୍ୟମାନେ ଶିଖିବା ଆବଶ୍ୟକ ବୋଲି ଏସପି କହିଥିଲେ ।

Get real time updates directly on you device, subscribe now.