fbpx

ବିଧାୟକ ପ୍ରଦୀପଙ୍କୁ ଝାଡପଡା ଜେଲରୁ ନେଲା ପୋଲିସ

ଝାରପଡା,୪ ।୨(ଓଡିଶା ଭାସ୍କର): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଝାଡପଡା ଜେଲରୁ ଆଜି ବ୍ରହ୍ମପୁର ନେଇଛି ପୋଲିସ । ପ୍ରଦୀପଙ୍କୁ ଏକ ସ୍ପେଶାଲ
ଟିମ୍ ଜେଲରୁ ନେଇଛି । ଏହି ସ୍ପେଶାଲ ଟିମ୍ ପ୍ରଦୀପଙ୍କୁ ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ହାଜର କରାଇବ । ପ୍ରଦୀପଙ୍କୁ ହାଜର ପାଇଁ ନିର୍ଦ୍ଦେଶ ଦେଇଥିଲେ ଏସଡିଜେଏମ କୋର୍ଟ । ଟାଟାରେ ନିଯୁକ୍ତି ନାଁରେ ପ୍ରଦୀପ ପାଣଶିଗ୍ରାହୀଙ୍କ ନାଁରେ ଠକେଇ ଅଭିଯୋଗ ହୋଇଥିଲା ।

ତେବେ ବିଧାୟକ ପ୍ରଦୀପ ପାଣିଗାହୀଙ୍କ ମାମଲାରେ ଲୋକାୟୁକ୍ତଙ୍କ ତଦନ୍ତ ଆଦେଶକୁ ଗତକାଲି ଖାରଜ କରିଥିଲେ ହାଇକୋର୍ଟ । ଭିଜିଲାନ୍ସ ଏ ମାମଲାରେ ତଦନ୍ତ କରିପାରିବ ନାହିଁ ବୋଲି କହିଥିଲେ ହାଇକୋର୍ଟ । ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଆଇନ ସିଦ୍ଧ ନୁହେଁ । ଭିଜିଲାନ୍ସ ଆବେଦନକାରୀ ହୋଇଥିବାରୁ ତଦନ୍ତ କରିବା ବେଆଇନ୍ ବୋଲି ହାଇକୋର୍ଟ ପକ୍ଷରୁ କୁହାଯାଇଥିଲା ।

ବେଆଇନ ଅର୍ଥ କାରବାର ଓ ଚାକିରୀ ଜାଲିଆତି ନେଇ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ ହୋଇଛନ୍ତି । ଦଫା ୪୧୯, ୪୨୦, ୪୬୭, ୪୬୮,୪୬୯, ୪୭୧, ୧୨୦ ‘ବି’ ରେ ମାମଲା ରୁଜୁ କରାଯାଇଛି । ଆକାଶ ପାଠକଙ୍କ ନାଁରେ ଟଙ୍କା ଆଦାୟ କରୁଥିଲେ ପ୍ରଦୀପ ପାଣିଗ୍ରାହୀ ।

Get real time updates directly on you device, subscribe now.