ପୁଣି ଚର୍ଚ୍ଚାରେ ଗୋପ ଥାନା: ପୋଲିସ ଭ୍ୟାନ୍‌ର ତେଲ ଚୋରାରେ ବିକ୍ରି ଘଟଣା, ଟଙ୍କା ଭାଗ ବଣ୍ଟାକୁ ନେଇ ୨ ଡ୍ରାଇଭର ମାର୍‌ପିଟ୍‌

ଗୋପ (ଓଡିଶା ଭାସ୍କର) : ବିଭିନ୍ନ ସମୟରେ କେତେକ ଘଟଣାକୁ ନେଇ ଗୋପ ଥାନା ଏବେ ଚର୍ଚ୍ଚା ରେ ଥିବା ବେଳେ ଶନିବାର ବିଳମ୍ବିତ ରାତ୍ରରେ ଗୋପ ଥାନାର ୨ ଡ୍ରାଇଭର ହାତାହାତି ହେବା ଭଳି ଅଭିଯୋଗ ଆସିଛି । କିନ୍ତୁ ଏହି ହାତାହାତି ଅଭିଯୋଗକୁ ନେଇ ଜଣେ କର୍ମଚାରୀ ଗୋପ ଥାନା ଦାୟିତ୍ୱରେ ଥିବା ଅଧିକାରୀ ଅବଗତ କରିଥିବା ଜଣାପଡିଛି ।

ପ୍ରକାଶ ଯେ, ୨ ସପ୍ତାହ ତଳେ ଗୋପ ଥାନା ଅଧିକାରୀ ଜଣେ କର୍ତ୍ତବ୍ୟରତ ବୈଦୁତିକ ଗଣମାଧ୍ୟମ ପ୍ରତିନିଧିଙ୍କୁ ଗୁଳି କରି ହତ୍ୟା ଧମକ ଦେବାକୁ ନେଇ ଚର୍ଚ୍ଚା ଜୋର ଧରିବା ସମୟରେ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ବୈଠକ କରାଯାଇଥିଲା । ପରେ ଜିଲ୍ଲା ଏସପିଙ୍କ ନିର୍ଦ୍ଦେଶରେ ନିମାପଡ଼ା ଡିଏସପି ଦେବାଶିଷ ମିଶ୍ର ସମସ୍ତ ସାମ୍ବାଦିକ ମାନଙ୍କୁ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ବେଳେ ପୁଣି ଏହି ଘଟଣା ପୁଣି ଚର୍ଚ୍ଚା ହୋଇଛି । ଶନିବାର ରାତିରେ ପୋଲିସ ଭ୍ୟାନ ତେଲ ଚୋରାରେ ବିକ୍ରି ହୋଇଥିବା ଟଙ୍କାକୁ ନେଇ ଗୋପ ଥାନାରେ ଥିବା ୨ ଥାନା ଡ୍ରାଇଭରଙ୍କ ମଧ୍ୟରେ ଜୋରଦାର୍‌ ପାଟିତୁଣ୍ଡ ହୋଇଥିଲା । ଏହି ପାଟିତୁଣ୍ଡ ଏପରି ହୋଇଥିଲା ଯେ ୨ ଥାନା ଡ୍ରାଇଭରଙ୍କ ମଧ୍ୟରେ ଥାନା ମଧ୍ୟରେ ମାରପିଟ୍‌ ପର୍ଯ୍ୟନ୍ତ କଥା ଯାଇଥିଲା । ଏପରି ଘଟଣା ଘଟିବା ପରେ ଶନିବାର ତ୍ରିନାଥ ମନ୍ଦିରରେ ମେଳା ହେଉଥିବାରୁ ଲୋକମାନେ ଗଦା ହୋଇଥିଲେ । ମାରପିଟ୍‌ ଘଟଣାରେ ଜଣେ କର୍ମଚାରୀ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଜଣାଇଥିଲେ । ଏପରି ଘଟଣା ସମ୍ପର୍କରେ ଥାନା ଦାୟିତ୍ୱରେ ଥିବା ଏସ୍‌ଆଇ ବଂଶିଧର ବିଶ୍ୱାଳଙ୍କୁ ପଚାରି ବାରେ ସେ କୁହନ୍ତି ଯେ, ମୁଁ ଏକ ତଦନ୍ତରେ ଯାଇଥିବା ବେଳେ ଏପରି ଘଟଣାକୁ ଏଡ଼ାଇ ଦେଇ ଥିଲେ । ସରକାରୀ ସ୍ତରରେ ପୋଲିସ ବିଭାଗକୁ ଶୁଙ୍ଖଳିତ ରହିବା ସହ ଥାନାକୁ ଆସୁଥିବା ଅଭିଯୋଗକାରୀ ମାନଙ୍କୁ ଭଲ ବ୍ୟବହାର କରିବା ଲାଗି କୁହାଯାଉଥିବା ବେଳେ ତାହାର ବ୍ୟତିକ୍ରମ ଗୋପ ଥାନାରେ ଦେଖିବାକୁ ମିଳିଛି ଏପରି ଘଟଣା ପ୍ରତି ଜିଲ୍ଲା ଏସପି ଦୁଷ୍ଟି ଦେବାକୁ ଜନସାଧାରଣରେ ଦାବି ହୋଇଛି ।