ରଥଯାତ୍ରା ଡ୍ୟୁଟି ସାରି ଫେରିବା ବେଳେ ପୋଲିସ ଗାଡ଼ି ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ 21 ପୋଲିସ କର୍ମଚାରୀ

ପୁରୀ: ରଥଯାତ୍ରା ଡ୍ୟୁଟି ସାରି ଫେରିବା ବେଳେ ପୋଲିସ ଗାଡ଼ି ଦୁର୍ଘଟଣା  । ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ବୁରୀଗୁଡ଼ା ନିକଟରେ ଓଲଟିଲା ପୋଲିସ ଗାଡ଼ି।

ଫଳରେ ଅଳ୍ପକେ ବର୍ତ୍ତିଲେ କୋରାପୁଟ ଜିଲ୍ଲାର 21 ପୋଲିସ କର୍ମଚାରୀ । ଡ୍ରାଇଭରଙ୍କ ଅସାବଧାନତା ଯୋଗୁଁ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି।

ପୁରୀରୁ କୋରାପୁଟ ଫେରୁଥିଲେ ପୋଲିସ କର୍ମଚାରୀ । ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ରାସ୍ତା ତଳକୁ ଖସିଲା ପୋଲିସ ଗାଡ଼ି ।