fbpx

ସ୍ମାର୍ଟ ସିଟିର ନାଳରେ ପତ୍ନୀଙ୍କ ସହ ଖସିପଡ଼ିଲେ ପୋଲିସକର୍ମୀ: ସାମ୍ନାକୁ ଆସିଲା Video

ନୂଆଦିଲ୍ଲୀ: ଦେଶର ଅନେକ ସ୍ଥାନରେ ମୌସୁମୀ ବର୍ଷା ଆରମ୍ଭ ହୋଇଛି, ଯାହାଫଳରେ ରାସ୍ତାଘାଟରେ ପାଣି ଜମିବା ଭଳି ସମସ୍ୟା ସୃଷ୍ଟି ହୋଇଛି । ଏହାରି ମଧ୍ୟରେ ଉତ୍ତରପ୍ରଦେଶର ଆଲିଗଡ଼ ସହରରେ ପ୍ରବଳ ବର୍ଷା ପରେ ସ୍କୁଟିରେ ଯାଉଥିବା ଜଣେ ଦମ୍ପତ୍ତି ନାଳରେ ଖସିପଡ଼ିଥିଲେ, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ସୌଭାଗ୍ୟବଶତଃ ପାଖରେ ଥିବା ଲୋକମାନେ ତୁରନ୍ତ ସେମାନଙ୍କୁ ଉଦ୍ଧାର କରିଥିଲେ ।

ତେବେ ନାଳରେ ଖସିପଡ଼ିଥିବା ବ୍ୟକ୍ତି ଜଣକ ଜଣେ ପୋଲିସକର୍ମୀ ଥିବା ଜଣାପଡିଛି । ପତ୍ନୀଙ୍କ ସହ ମେଡିସିନ୍ ନେବାକୁ ଆସିଥିବା ବେଳେ ସେ ଏଭଳି ବିପଦର ସାମ୍ନା କରିଥିଲେ । ପାଣିରେ ବୁଡ଼ିବାର ଲାଇଭ ଘଟଣା ସିସିଟିଭିରେ କଏଦ୍ ହୋଇଛି । ରାସ୍ତାରେ ପାଣି ଭରିବା ଯୋଗୁଁ ନାଳ ଦେଖାଯାଇନଥିଲା । ସ୍ଥାନୀୟ ଲୋକମାନେ ଦୌଡ଼ିଯାଇ ସ୍ୱାମୀ-ସ୍ତ୍ରୀଙ୍କୁ ବଞ୍ଚାଇଥିଲେ । ଏହି ଘଟଣା କ୍ୱାରସି ଥାନା ଅନ୍ତର୍ଗତ ରାମଘାଟ ରୋଡ ନିକଟସ୍ଥ ବାବା ମାର୍କେଟରେ ଘଟିଥିବା ଜଣାପଡିଛି ।

ଜଣେ ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ସୂର୍ଯ୍ୟ ପ୍ରତାପ ସିଂହ ଏହି ଘଟଣାର ଭିଡିଓକୁ ଟ୍ୱିଟରରେ ପୋଷ୍ଟ କରିଛନ୍ତି ଓ ଲେଖିଛନ୍ତି ଯେ, ‘ୟୁପିର ସ୍ମାର୍ଟ ସିଟି ଅଲୀଗଡ଼ । ଆମେ କାହାକୁ ଧନ୍ୟବାଦ ଦେବୁ ।’ଅନ୍ୟପଟେ ନାଳରେ ଖସିପଡ଼ିବା ପୋଲିସ କର୍ମୀ ଓ ତାଙ୍କ ପତ୍ନୀ ଆହତ ହୋଇଥିବା ଜଣାପଡିଛି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.