fbpx

୩୦ ବର୍ଷ ପରେ ଏହି ଦେଶରୁ ଚିହ୍ନଟ ହେଲା ଘାତକ ପୋଲିଓ ଭାଇରସ୍, ଜାଣନ୍ତୁ ଏହା କିପରି ମଣିଷ ଶରୀରକୁ ବ୍ୟାପିଥାଏ

ନୂଆଦିଲ୍ଲୀ: ପୋଲିସ ଭାଇରସ୍ ହେଉଛି ଏକ ଘାତକ ଭାଇରସ । ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିର ସଂସ୍ପର୍ଶରେ ଆସିଲେ ଏହି ସଂକ୍ରମଣ ବ୍ୟାପିଥାଏ । ଜଣେ ବ୍ୟକ୍ତିର ଗଳା ଓ ଅନ୍ତନଳୀରେ ଏହି ଭାଇରସ୍ ବାସ କରିଥାଏ । ଏହା ପାଟି ମଧ୍ୟ ଦେଇ ଶରୀରକୁ ପ୍ରବେଶ କରିଥାଏ ଓ ସଂକ୍ରମିତ ରୋଗୀର କଫ ଦ୍ୱାରା ଅନ୍ୟମାନଙ୍କ ଶରୀରକୁ ବ୍ୟାପିଥାଏ ।

ତେବେ ନିକଟରେ ମୋଜାମ୍ବିକରେ ପୋଲିଓର ପ୍ରଥମ ଭାଇରସ୍ ଚିହ୍ନଟ ହୋଛି । ତିନି ଦଶନ୍ଧି ପୂର୍ବରୁ ଅର୍ଥାତ ଗତ ୧୯୯୨ ମସିହାରେ ସେଠାରେ ପ୍ରଥମ ମାମଲା ଚିହ୍ନଟ ହୋଇଥିଲା । ଚଳିତ ବର୍ଷ ଘାତକ ପୋଲିସ ଭାଇସର ଦ୍ୱିତୀୟ ମାମଲା ଦକ୍ଷିଣ ଆଫ୍ରିକାରୁ ମିଳିଥିଲା । ତା’ ପୂର୍ବରୁ ଚଳିତ ବର୍ଷ ପ୍ରାରମ୍ଭରେ ମାଲୱିରୁ ଏହି ଭାଇରସ୍ ଚିହ୍ନଟ ହୋଇଥିଲା । ତେବେ ଏହି ଘାତକ ଭାଇରସକୁ ନେଇ ସତର୍କ ରହିବା ଜରୁରୀ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ହୁ)ର ଆଞ୍ଚଳିକ ନିର୍ଦ୍ଦେଶକ ଡଃ ମାଟଶିଡିସୋ ମୋଏଟି କହିଛନ୍ତି ।

ଗତ ୨୦୨୦ରେ ଆଫ୍ରିକା ପୋଲିଓ ମୁକ୍ତ ଘୋଷଣା ହୋଇଥିଲା । ପୋଲିଓକୁ ସମୂଳେ ବିନାଶ କରିବା ହେଉଛି ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସମ୍ବନ୍ଧୀୟର ସଫଳତା ମଧ୍ୟରୁ ଗୋଟିଏ । ଏହି ଭାଇରସ କେବଳ ଆଫଗାନିସ୍ତାନ ଓ ପାକିସ୍ତାନରେ ବର୍ତ୍ତମାନ ଏଣ୍ଡେମିକ ସ୍ଥିତିରେ ରହିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି । ତେବେ ମୋଜାମ୍ବିକର ଉତ୍ତର-ପୂର୍ବ ଟେଟେ ରାଜ୍ୟରୁ ଚିହ୍ନଟ ହୋଇଥିବା ଭାଇରସ୍ ଏକ ଶିଶୁ ଦେହରୁ ଗତ ମାର୍ଚ୍ଚ ମାସରେ ମିଳିଥିଲା । ତେବେ ଏହି ନୂଆ କେସ୍ ଗତ ୨୦୧୯ରେ ପାକସ୍ତାନରେ ବିସ୍ତାର ଲାଭ କରିଥିବା କେସ୍ ସହ ଜଡ଼ିତ ଥିବା ନେଇ ଜେନୋମ୍ ସିକ୍ୟୁଏନ୍ସିଂ ଆନାଲିସିସରୁ ଜଣାପଡ଼ିଛି । ଏହି ଭାରରସର କୁପ୍ରଭାବରେ ଶିଶୁମାନେ ପାରାଲାଇଜ୍ ହୋଇଯାଇଥାନ୍ତି । ତେବେ ଭ୍ୟାକ୍ସିନ ଦ୍ୱାରା ବିଶ୍ୱରୁ ଏହି ଭାଇରସକୁ ସମାପ୍ତ କରାଯାଇଥିଲା ।

Get real time updates directly on you device, subscribe now.