fbpx

No Train No Vote: ଗାଁରେ ପଶି ପାରିବେନି ବିଜେପି-କଂଗ୍ରେସ ନେତା, ୧୮ଟି ଗାଁ ଲୋକଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: କିଛି ରାଜନେତା କେବଳ ଭୋଟ ସମୟ ପାଖେଇ ଆସିଲେ ଜନତାଙ୍କୁ ପାଖକୁ ଧାଇଁଥାନ୍ତି । ଅନ୍ୟ ଦିନମାନଙ୍କରେ ସେମାନଙ୍କର ଦେଖା ଦର୍ଶନ ମିଳିନଥାଏ । ତେବେ ଦୀର୍ଘଦିନ ଧରି ଜନତାଙ୍କ ମନରେ ରହିଥିବା ପୁଞ୍ଜିଭୁତ କ୍ରୋଧ ଶେଷରେ ଭୟଙ୍କର ରୂପ ଧାରଣ କରିଛି । ଆସନ୍ତା ମାସରେ ଗୁଜରାଟ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଏବେ ରାଜ୍ୟର ପ୍ରମୁଖ ଦଳମାନେ ଜୋରସୋରରେ ପ୍ରଚାର ଅଭିଯାନ ଚଳାଇଛନ୍ତି ।

ତେବେ ନଭସାରୀ ବିଧାନସଭା କ୍ଷେତ୍ରକୁ ନେଇ ଏବେ ସମସ୍ତ ରାଜନୈତିକ ଦଳମାନଙ୍କର ଚିନ୍ତା ବଢ଼ିଯାଇଛି । ଏହି କ୍ଷେତ୍ର ଅଞ୍ଚର୍ଗତ ୧୮ଟି ଗ୍ରାମର ବାସିନ୍ଦା ରାଜନେତାଙ୍କୁ ପାନେ ଚଖାଇଛନ୍ତି । ଏହି ଗ୍ରାମାବାସୀମାନେ ବିଧାନସଭା ନିର୍ବାଚନକୁ ବୟକଟ୍ କରିଛନ୍ତି । ଏଥିସହିତ ଗାଁ ମଧ୍ୟକୁ ବିଜେପି, କଂଗ୍ରେସ ସହ ଅନ୍ୟ କୌଣସି ଦଳର ପ୍ରବେଶ ଉପରେ ରୋକ ଲାଗୁ କରିଦେଇଛନ୍ତି ।

ଏନେଇ ଗ୍ରାମବାସୀ କହିଛନ୍ତି, ଉକ୍ତ ଅଞ୍ଚଳରେ ଥିବା ରେଳ ଷ୍ଟେସନରେ କୌଣସି ଟ୍ରେନ୍ ନ ରହିବା କାରଣରୁ ସ୍ଥାନୀୟ ଲୋକେ ଅନେକ ସମସ୍ୟାର ସାମ୍ନା କରୁଛନ୍ତି । ଫଳରେ କୌଣସି ବ୍ୟକ୍ତିଙ୍କୁ ଅନ୍ୟ ସ୍ଥାନକୁ ଯିବାକୁ ହେଲେ ଅତିକମରେ ୩୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି । ରେଲୱେ ଷ୍ଟେସନରେ ଟ୍ରେନ ନ ଅଟକିବା କାରଣରୁ କୌଣସି ବ୍ୟକ୍ତି ଅନ୍ୟ ସ୍ଥାନକୁ ଯାତାୟାତ କରିପାରୁ ନାହାନ୍ତି । ଏହାଦ୍ୱାରା ଗାଁରେ ରହୁଥିବା ସ୍କୁଲ ଓ କଲେଜ ପିଲାଙ୍କର ପାଠପଢ଼ା ବ୍ୟାହତ ହେଉଛି ।

ତେବେ ଉକ୍ତ ଅଞ୍ଚରେ ଥିବା ଅଞ୍ଚେଲୀ ରେଲୱେ ଷ୍ଟେସନରେ ଯଦି କୌଣସି ଟ୍ରେନ ନ ରୁହେ, ତେବେ ମତଦାନ ଦିନ ସ୍ଥାନୀୟବାସୀ ଭୋଟ୍ ଭର୍ଜନ କରିବେ । ଅଞ୍ଚେଲୀ ଷ୍ଟେସନରେ ଲୋକାଲ ଟ୍ରେନ ରହିବାକୁ ନେଇ ଦୀର୍ଘଦିନ ହେଲା ଦାବି ହୋଇ ଆସୁଛି । ଏନେଇ ଗ୍ରାମବାସୀ ଅସନ୍ତୁଷ୍ଟ ହେବା ସହ ଷ୍ଟେସନରେ ‘ଟ୍ରେନ ନାହିଁ ତ ଭୋଟ ନାହିଁ’ ବ୍ୟାନର ଲଗାଇଛନ୍ତି ।

Get real time updates directly on you device, subscribe now.