fbpx
BSKY SKY
BSKY SKY

ଜମି ବିକିଦେଲେ ରାଜନେତା; ରାଜରାସ୍ତାରେ ପ୍ରତିବାଦ କରୁଛି ଜମି ମାଲିକ, ଦେଖନ୍ତୁ ଭିଡିଓ

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିଜ ଜମି ପାଇଁ ରାଜରାସ୍ତାରେ ଜମି ମାଲିକ । ଜଣେ ରାଜନେତା ତାଙ୍କର ଜମିକୁ ବିକ୍ରି କରି ଦେଇଥିବା ବେଳେ ଏହାର ପ୍ରତିବାଦରେ ରାଜରାସ୍ତାରେ ପ୍ରତିବାଦ କରୁଛନ୍ତି ଜମି ମାଲିକ । ହିଞ୍ଜିଳିକାଟୁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିବା ବେଳେ ନ୍ୟାୟ ପାଇଁ ଭଉଣୀ ମାନଙ୍କ ସହିତ ରାଜରାସ୍ତାରେ ଏହି ବ୍ୟକ୍ତି ଜଣଙ୍କ ।

ସୁରେନ୍ଦ୍ର ପ୍ରଧାନ ନାମକ ବ୍ୟକ୍ତି ଜଣଙ୍କ ତାଙ୍କ ଜମିକୁ ବିକ୍ରି କରି ଦେଇଥିବା ବେଳେ ଏନେଇ ପୋଲିସ ପାଖକୁ ଦୌଡି ଦୌଡି ନିରାଶ ହେଲେଣି ଏହି ବ୍ୟକ୍ତି । ତାଙ୍କୁ ବାରମ୍ବାର ହାଣିବାକୁ ଧମକ ମିଳୁଥିବା ବେଳେ ତାଙ୍କ ନାତିକୁ ଗୁଣ୍ଡା ଲଗାଇ ହାଣି ଦେଇଥିବା କହିଛନ୍ତି ଏହି ବ୍ୟକ୍ତି ଜଣକ । ହିଞ୍ଜିଳିକାଟୁ ଥାନାରେ ଅଭିଯୋଗ କରିଥିଲେ ହେଁ ପୋଲିସ ଅଭିଯୋଗ ପ୍ରତି କର୍ଣ୍ଣପାତ କରୁନାହିଁ । ଏହା ସହିତ ଜିଲ୍ଳାପାଳଙ୍କୁ ଭେଟିବାକୁ ପ୍ରୟାସ କରିଥିଲେ ହେଁ ସେଥିରେ ସଫଳ ହୋଇ ନାହାନ୍ତି । ଦେଖନ୍ତୁ ଭିଡିଓ….

Get real time updates directly on you device, subscribe now.