fbpx

ଦିଲ୍ଲୀ ଓ ମୁମ୍ବାଇରେ ବଢିବାରେ ଲାଗିଛି ପ୍ରଦୂଷଣ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀ ସହିତ ଅନେକ ସ୍ଥାନରେ ବାୟୁର ସ୍ଥିତି ଖରାପ ହେବାରେ ଲାଗିଛି । ରାଜଧାନୀ ସହିତ ହରିଆନା, ଫରିଦାବାଦ, ଗୁରୁଗ୍ରାମ, ନୋଏଡା ଏବଂ ମୁମ୍ବାଇରେ ନିଶ୍ୱାସ ପ୍ରଶ୍ୱାସ ନେବା କଷ୍ଟ ହୋଇ ପଡିଛି । ଦିଲ୍ଲୀରେ ୩୦୬ ଏୟାର କ୍ୱାଲିଟି ଇନଡେକ୍ସ ରେକର୍ଡ କରାଯାଇଛି । ଏଥିରୁ ଜଣା ପଡୁଛି ଦିଲ୍ଲୀ ବାୟୁ ବହୁତ ଖରାପସ୍ଥିତିରେ ଅଛି । ଏହା ଛଡା ହିଆନାରେ ନଡା ଜଳାଯିବା କାରଣରୁ ବାୟୁ ପ୍ରଦୂଷଣ ସ୍ଥର ବୃଦ୍ଧି ପାଇବାରେ ଲାଗିଛି । ତେବେ ଦିଲ୍ଲୀରେ ପବନର ବେଗ କମ ଥିବାରୁ ଏଠାରେ ବାୟୁରେ ପ୍ରଦୂଷଣର ମାତ୍ରା ବଢିବାରେ ଲାଗିଛି ।

ଦିଲ୍ଲୀ ଏନସିଆରରେ ପ୍ରଦୂଷଣ କମ କରିବା ପାଇଁ ଜିଆରଏପି ଅଭିଯାନରେ ଅନେକ ନିୟମ ଲାଗୁ କରାଯାଇଛି । ଏଥିରେ କୋଇଲା ଏବଂ କାଠ ଚୁଲିରେ ପ୍ରତିବନ୍ଧକ ଲଗାଯାଇଛି । ସିଏନଜି ଏବଂ ଇଲେକଟ୍ରିକ ବସ୍କ ବୃଦ୍ଧି କରାଯିବ । ମୁମ୍ବାଇ ବାୟୁ ମଧ୍ୟ ଧିରେ ଧିରେ ଖରାପ ହେବାରେ ଲାଗିଛି । ଏଠାରେ ମଧ୍ୟ ପ୍ରଶାସନ ଅନେକ କଟକଣା ଜାରି କରିଛନ୍ତି । ଆଗକୁ ଦୀପାବଳୀ ଆସୁଛି ଯାହା ଫଳରେ ଲୋକମାନଙ୍କୁ ବାଣ ଫୁଟାଇବା ଉପରେ ରୋକ ଲଗାଯାଇଛି ।

Get real time updates directly on you device, subscribe now.