ପୋଲସରାକୁ ମିଳିବ ମ୍ୟୁନିସିପାଲିଟି ମାନ୍ୟତା

ପୋଲସରାକୁ ମ୍ୟୁନିସିପାଲିଟି କରିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏନେଇ ପୋଲସରା NAC କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଗଞ୍ଜାମ ଜିଲ୍ଲା ନଗର ଉନ୍ନୟନ ସଂସ୍ଥା ପକ୍ଷରୁ ଚିଠି ଲେଖାଯାଇଛି ।

ଗଞ୍ଜାମ: ନୂଆଁ ମ୍ୟୁନିସିପାଲିଟି ପାଇଁ ପ୍ରକ୍ରିୟା ଆରମ୍ଭ । ପୋଲସରାକୁ ମ୍ୟୁନିସିପାଲିଟି କରିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏନେଇ ପୋଲସରା  NAC କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଗଞ୍ଜାମ ଜିଲ୍ଲା ନଗର ଉନ୍ନୟନ ସଂସ୍ଥା ପକ୍ଷରୁ ଚିଠି ଲେଖାଯାଇଛି । ନିର୍ଦ୍ଧାରିତ ଫର୍ମରେ ତଥ୍ୟ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି ।

ଦୀର୍ଘ ଦିନ ହେବ ପୋଲସରାକୁ ମ୍ୟୁନିସିପାଲିଟି ମାନ୍ୟତା ପ୍ରଦାନ ପାଇଁ ଦାବି ହୋଇ ଆସୁଥିଲା । ଏବେ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ପୋଲସରାବାସୀଙ୍କ ମହଲରେ ଖୁସିର ଲହରି ଦେଖିବାକୁ ମିଳିଛି ।