ପିଲାଙ୍କ ମଧ୍ୟରେ ବଢ଼ୁଛି ପର୍ଣ୍ଣ ଆଡିକ୍ସନ୍, ଏହି ଘଟଣାରୁ ହେଲା ଆଶ୍ଚର୍ଯ୍ୟଜନକ ଖୁଲାସା… ଜାଣନ୍ତୁ ରହିଛି ମୁଖ୍ୟ କାରଣ

ନୂଆଦିଲ୍ଲୀ: ଆଜିକା ସମୟରେ ପ୍ରାୟତଃ ଛୋଟ ପିଲା ବିନା ସ୍ମାର୍ଟଫୋନ୍ ବ୍ୟବହାରରେ କିଛି ବି କାମ କରୁନାହାନ୍ତି । ଅଧିକାଂଶ ପିଲା ମୋବାଇଲ୍ ରେ ଗେମ୍ ଖେଳି ସମୟ ବର୍ବାଦ୍ କରୁଛନ୍ତି । ତେଣୁ ପିଲାମାନଙ୍କ ହାତକୁ ମୋବାଇଲ୍ ଯିବା ପରଠାରୁ ବାପା ମାଆଙ୍କ ଚିନ୍ତା ବଢ଼ିଯାଇଛି । ଏବେ ଆଉ ଏକ ଜିନିଷ ବର୍ତ୍ତମାନ ସମୟରେ ଚିନ୍ତାକୁ ଦ୍ୱିଗୁଣିତ କରିଛି । ପିଲାମାନଙ୍କ ମଧ୍ୟରେ ଏବେ ଲଗାତର ଭାବରେ ପର୍ଣ୍ଣ ଆଡିକ୍ସନ୍ ବଢ଼ୁଥିବା ଲକ୍ଷ୍ୟ କରାଯାଉଛି । ଯାହା ପିଲାମାନଙ୍କ କ୍ଷେତ୍ରରେ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ତେବେ ପିଲାଙ୍କ କ୍ଷେତ୍ରରେ ପର୍ଣ୍ଣ ଆଡିକ୍ସନ୍ କଣ? କିପରି ଏହାକୁ ରୋକାଯାଇ ପାରିବ ? ଜାଣନ୍ତୁ ଏହି ଖବର ମାଧ୍ୟମରେ…

ଆମ ଦେଶର ବିଭିନ୍ନ ରାଜ୍ୟରେ ଏବେ ପିଲାଙ୍କ ମଧ୍ୟରେ ପର୍ଣ୍ଣ ଆଡିକ୍ସନ୍ ଦେଖିବାକୁ ମିଳିଛି । ଏହାର ମୁଖ୍ୟ କାରଣ ହେଉଛି ସ୍ମାର୍ଟଫୋନ୍ । କାରଣ ମୋବାଇଲ୍ ମାଧ୍ୟମରେ ହିଁ ଏହିସବୁ ଜିନିଷ ପିଲାଙ୍କ ପାଖରେ ଖୁବ୍ ସହଜରେ ପହଞ୍ଚିପାରୁଛି । କୋଭିଡ୍ କାଳରେ ମୋବାଇଲ୍ ରେ ଅନଲାଇନ୍ କ୍ଲାସ୍ ଆରମ୍ଭ ହେବା ପରଠାରୁ ପିଲାମାନଙ୍କ ମଧ୍ୟରେ ଏହି ସମସ୍ୟା ଅଧିକ ବୃଦ୍ଧ ପାଇଛି । ଇଣ୍ଟରନ୍ୟାସନାଲ୍ ମିଡିଆ ରିପୋର୍ଟ ମୁତାବକ, ବିଶ୍ୱବ୍ୟାପୀ ୧୦ରୁ ୧୯ ବର୍ଷ ପିଲାଙ୍କ ମଧ୍ୟରେ ପର୍ଣ୍ଣ ଆଡିକ୍ସନ୍ ବଢ଼ିଛି । ଏନେଇ ଭିନ୍ନ ଭିନ୍ନ ଦେଶରେ ପଦକ୍ଷେପ ଗ୍ରହଣ କରାଯାଉଛି ଓ ୨୦୧୫ ରେ ଭାରତରେ ପର୍ଣ୍ଣ ବନ୍ଦ କରାଯାଇଥିଲା । କିନ୍ତୁ ଏହାପରେ ବି ଏବେକା ସମୟରେ ଅଶ୍ଳୀଳ, ନଗ୍ନ ଓ ପର୍ଣ୍ଣ କଣ୍ଟେଣ୍ଟ୍ ଇଣ୍ଟରନେଟ୍ ରେ ସହଜରେ ଉପଲବ୍ଧ ହେଉଛି ।

ନିକଟରେ ବିହାରରେ ହୋଇଥିବା ଏକ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା ଓ ଏଥିରୁ ଏକ ବଡ଼ ଖୁଲାସା ମଧ୍ୟ ହୋଇଛି । ଏଠାରେ କେବଳ ମୋବାଇଲ୍ ଫୋନ୍ ଦେଖି ୯ରୁ ୧୨ ବର୍ଷର ୬ ଜଣ ନାବାଳକ ୮ ଓ ୯ ବର୍ଷର ଦୁଇ ଜଣ ଝିଅଙ୍କୁ ଗଣଦୁଷ୍କର୍ମ କରିଛନ୍ତି । ଏହି ଘଟଣାରେ ପୋଲିସ୍ ପାଖରେ ଏଫଆଇଆର୍ ଦିଆଯାଇଥିଲା । ନାବାଳିକା ମାନେ ଯେତେବେଳେ ସାଗ ତୋଳିବାକୁ ଯାଇଥିବା ସମୟରେ ଘରକୁ ଫେରିବା ବେଳକୁ ତାର ଅବସ୍ଥା ଦେଖି ପରିବାର ଲୋକଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ଅଭିଯୁକ୍ତ ମାନେ ସ୍ୱୀକାର କରିଥିଲେ ଯେ, ମୋବାଇଲ୍ ଫୋନ୍ ରେ ପର୍ଣ୍ଣ ଫିଲ୍ମ ଏପରି ଘଟଣା ଘଟାଇଛନ୍ତି ।

ତେବେ ଏବେକା ସମୟରେ ପର୍ଣ୍ଣ କଣ୍ଟେଣ୍ଟ୍ ବ୍ୟତୀତ ଓଟିଟି ପ୍ଲାଟଫର୍ମ ରେ କିଛି ଫିଲ୍ମ ରହିଛି ଯେଉଁଥିରେ ଖୋଲାଖୋଲି ଭାବରେ ନଗ୍ନତା ଦେଖାଯାଉଛି । ତେବେ ଓଟିଟି ପ୍ଲାଟଫର୍ମ ରେ ସବ୍ ସ୍କ୍ରିପସନ୍ ପାଇବା ପାଇଁ କିଛି ଗାଇଡଲାଇନ୍ ରହିଛି । ହେଲେ କିଛି ଲୋକ ସବ୍ ସ୍କ୍ରିପସନ୍ କରି ଫୋନ୍ ପିଲାମାନଙ୍କ ହାତକୁ ଦେଇ ଦେଉଛନ୍ତି । ଫଳରେ ପିଲାମାନେ ଏହି ପର୍ଣ୍ଣ ଆଡିକ୍ସନ୍ ର ଶିକାର ହେଉଛନ୍ତି । ୮ରୁ ୧୮ ବର୍ଷର ପିଲାମାନେ ଇଣ୍ଟରନେଟ୍ ରେ ବିଭିନ୍ନ ଜିନିଷ ଏକ୍ସପ୍ଲୋର୍ କରିବାକୁ ଚାହାନ୍ତି ଓ ଲପରି ସବୁ ଜିନିଷର ଶିକାର ହୋଇଥାନ୍ତି ।

ଆଜିକାଲି ପରିବାରର ଷ୍ଟ୍ରକଚର୍ ସମ୍ପୂର୍ଣ୍ଣ ଭାବରେ ବିଗିଡ଼ି ଯାଇଛି । ପିଲାଙ୍କ ଠାରୁ ଅଧିକ ବାପା ମାଆ ମାନେ ମଧ୍ୟ ମୋବାଇଲ୍ ରେ ସମୟ ବିତାଉଛନ୍ତି । ଫଳରେ ପିଲାମାନଙ୍କ ଉପରେ ଧ୍ୟାନ ଦେଉନାହାନ୍ତି । ପିଲାମାନେ କାନ୍ଦିଲେ ତାକୁ ଚୁପ୍ କରିବା ପାଇଁ ତା ହାତରେ ମୋବାଇଲ୍ ଧରାଇ ଦେଉଛନ୍ତି । ପରିଣାମସ୍ୱରୂପ ପିଲାଙ୍କ ମଧ୍ୟରେ ସ୍ମାର୍ଟଫୋନ୍ ଅଭ୍ୟାସ ବଢ଼ିବାକୁ ଲାଗୁଛି । ସ୍ୱଳ୍ପ ବୟସରେ ପିଲାମାନେ ଜିଜ୍ଞାସୁ ହୋଇଥାନ୍ତି ଓ ସବୁ ଲିଙ୍କ୍ କୁ ଖୋଲି ଦେଖିବାକୁ ଚେଷ୍ଟା କରନ୍ତି । ଏପରି ସ୍ଥଳରେ ଅଶ୍ଳୀଳ କଣ୍ଟେଣ୍ଟ୍ କୁ ବି ପିଲାମାନେ ଖୋଲି ଦିଅନ୍ତି ।

ତେଣୁ ଯଦି ପିଲାମାନଙ୍କ ମଧ୍ୟରେ ପର୍ଣ୍ଣ ଆଡିକ୍ସନ୍ ବଢ଼ିଯାଇଛି ତାହେଲେ ବାପା ମାଆ ମାନଙ୍କୁ ଏଥିପ୍ରତି ସଜାଗ ହେବା ଦରକାର । ନଚେତ୍ ଏହା ଭବିଷ୍ୟତରେ ମାନସିକ ରୋଗ ଆଡ଼କୁ ଗତି କରିବ । ଯଦି ଏପରି ହୁଏ ତାହେଲେ ଥେରାପୀ ବେଷ୍ଟ୍ ବିକଳ୍ପ ବାଛନ୍ତୁ । ଏହି କ୍ରମରେ ଆପଣ ଥେରାପିଷ୍ଟ୍ କିମ୍ବା ମେଡିକାଲ୍ କାଉନ୍ସିଲିଂ କରିପାରିବେ । ସେମାନଙ୍କୁ ପର୍ଣ୍ଣ ଠାରୁ ଦୂରେଇ ରଖନ୍ତୁ ।