fbpx

ମନ୍ଦିରର ହୋର୍ଡିଙ୍ଗରେ Porn Star ମିଆ ଖଲିଫା… ଫଟୋକୁ ନେଇ ଇଣ୍ଟରନେଟ ସରଗରମ

ନୂଆଦିଲ୍ଲୀ: ଏକ ମନ୍ଦିରର ହୋର୍ଡିଙ୍ଗକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏହି ହୋର୍ଡିଙ୍ଗରେ ଆମେରିକା ପର୍ଣ୍ଣ ଷ୍ଟାର ମିଆ ଖଲିଫାଙ୍କ ଫଟୋ ଦେଖିବାକୁ ମିଳିଛି । ମାତା ପାର୍ବତୀଙ୍କ ଏକ ପର୍ବ ପାଇଁ ଏହି ହୋର୍ଡିଙ୍ଗ ଲଗାଯାଇଥିବା ବେଳେ ଏଥିରେ ମିଆ ଖଲିଫାଙ୍କ ଫଟୋ ଇଣ୍ଟରନେଟରେ ଚହଳ ସୃଷ୍ଟି କରିଛି । ତାମିଲନାଡୁର କାଞ୍ଚିପୁରମରେ ଏଠାକାର ମହାନ୍ ପର୍ବ ଆଦି ପର୍ବ ପ୍ରମୁଖ ହୋଇଥାଏ । ବର୍ଷା ଏବଂ ନଦୀ ଇତ୍ୟାଦିର ପୂର୍ଜ କରିବା ଉଦ୍ଦେଶ୍ୟରେ ଏହି ପର୍ବ ପାଳନ କରାଯାଏ । ଏଭଳି ପର୍ବ ପାଇଁ ଲାଗିଥିବା ହୋର୍ଡିଙ୍ଗରେ ପର୍ଣ୍ଣଷ୍ଟାରଙ୍କ ଫଟୋ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ତାମିଲନାଡୁରେ ଏହି ଆଦି ପର୍ବ ଖୁବ ଜାକଜକମରେ ପାଳନ କରାଯାଏ । ବିଶେଷ କରି ମା ଅମ୍ମନ(ପାର୍ବତୀ)ଙ୍କ ମନ୍ଦିରରେ ଅନେକ ଦିନ ପର୍ଯ୍ୟନ୍ତ ଏହି ପର୍ବ ପାଳନ ହୋଇଥାଏ । ତେବେ ଏହି ପର୍ବ ପାଇଁ ଲାଗିଥିବା ଏକ ହୋର୍ଡିଙ୍ଗ ଏବେ ଖୁବ ଚର୍ଚ୍ଚାରେ ରହିଛି । ଏହି ହୋର୍ଡିଙ୍ଗରେ ଆମେରିକା ପର୍ଣ୍ଣ ଷ୍ଟାର ମିଆ ଖଲିଫାଙ୍କ ଫଟୋ ମଧ୍ୟ ସାମିଲ ରହିଥିଲା । ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଫଟୋ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ପର୍ବ ସହି ମିଆ ଖଲିଫାଙ୍କର କୌଣସି ସମ୍ପର୍କ ନାହିଁ, ତଥାପି କାଞ୍ଚିପୁରମ୍ ନିକଟସ୍ଥ ଏକ ମନ୍ଦିରର ହୋର୍ଡିଙ୍ଗରେ ତାଙ୍କ ଫଟୋ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମିଆ ଖଲିଫାଙ୍କ ଫଟୋ ଏଡିଟ କରାଯାଇ ତାଙ୍କୁ ପାଲ୍ କୁଦମ(କ୍ଷୀରରେ ଭର୍ତ୍ତି ପାତ୍ର)ଭଳି କରାଯାଇଛି । ଏହି ପାଲ କୁଦମ ପାରମ୍ପରିକ ପ୍ରସାଦ ଭାବରେ ଦେବାଦେବୀଙ୍କୁ ଅର୍ପଣ କରାଯାଏ ।

ଏହି ଫଟୋ ସୋସିଆଲ ମିଡିଆରେ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଏହାପରେ ମଗରାଲ ପୋଲିସକୁ ଏ ନେଇ ସୂଚନା ଦିଆଯାଇଥିଲା । ତେବେ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରୁ ଏହି ହୋର୍ଡିଙ୍ଗକୁ ହଟାଇ ଦେଇଛି । କିନ୍ତୁ ସୋସିଆଲ ମିଡିଆରେ ଏହାର ଫଟୋ ଏବେ ଖୁବ ଭାଇରାଲ ହେଉଛି । ସୂଚନା ଥାଉ କି, ତାମିଲନାଡୁର ଏହି ଆଦି ପର୍ବରେ ମା ଅମ୍ମନଙ୍କୁ ପୂଜାର୍ଚ୍ଚନା କରିବା ସହ ଭଜନ-କୀର୍ତ୍ତବ ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ତାମିଲନାଡୁର ସଂସ୍କୃତି ଏବଂ ପରମ୍ପରାର ଏକ ପ୍ରମୁଖ ଅଂଶ ପାଳଟିଛି ଏହି ପର୍ବ । ଏହା ଲୋକମାନଙ୍କ ମଧ୍ୟରେ ଏକତା ଏବଂ ଉତ୍ସାହ ସହ ଜଡ଼ିତ ହୋଇ ରହିଥାଏ ।

Get real time updates directly on you device, subscribe now.