fbpx

ପୋଷ୍ଟାଲର ଦମଦାର ସ୍କିମ ମାତ୍ର ୩୩୩ଟଙ୍କା ଡିପୋଜିଟ୍ କରି ଆପଣ ପାଇପାରିବେ ୧୬ ଲକ୍ଷ ଟଙ୍କା, ତେବେ ବିଳମ୍ବ କାହିଁକି

ନୂଆଦିଲ୍ଲୀ:ଆପଣ ଶୁଣିଥିବେ ପୋଷ୍ଟ ଅଫିସ୍ ରେ ବହୁତ ଲାଭଦାୟକ ସ୍କିମ ସବୁ ରହିଛି । ଯେଉଁଥରେ ମଧ୍ୟବିତ୍ତ ଶ୍ରେଣୀର ଲୋକେ ଭଲ ଲାଭ ପାଇପାରୁଛନ୍ତି । ପୋଷ୍ଟ ଅଫିସ୍ରର ଏଭଳି ଗୋଟିଏ କି ଦୁଇଟି ନୁହେଁ, ଏକାଧିକ ସ୍କିମ୍ ରହିଛି ଯେଉଁଥରେ ନିବେଶକଙ୍କୁ ଭଲ ରିଟର୍ଣ୍ଣ ମଧ୍ୟ ମିଳିଥାଏ। କିନ୍ତୁ ପୋଷ୍ଟ ଅଫିସରୁ ଯେଉଁ ଭଳି ରିଟର୍ଣ୍ଣ ମିଳିଥାଏ ସାଧାରଣତଃ କୌଣସି ବ୍ୟାଙ୍କ ଦେଇପାରିନଥାଏ। କେବଳ ଏତିକି ନୁହେଁ ବର୍ତ୍ତମାନ ସମୟରେ ପୋଷ୍ଟ ଅଫିସ୍‌ରେ ଗୋଟିଏ ଆର୍‌ଡି ଆକାଉଣ୍ଟ ଖୋଲିବା ଖୁବ୍ ସହଜ।

୧୦ ବର୍ଷରୁ ଅଧିକ ବୟସ୍କ ପ୍ରତ୍ୟେକ ଲୋକ ପୋଷ୍ଟ ଅଫିସ୍‌ରେ ଅତି ସହଜରେ ଏହାକୁ ଖୋଲିପାରିବେ । ମାସିକ ମାତ୍ର ୧୦୦ ଟଙ୍କା ଦେଇ ଯେ କେହି ଏଠାରେ ଆର୍‌ଡି ଆରମ୍ଭ କରିପାରିବେ। ପୋଷ୍ଟ ଅଫିସ୍‌ରେ ଆର୍‌ଡି କଲେ ଅତି କମ୍‌ରେ ୫.୮ ପ୍ରତି ସୁଧ ମିଳିବ । ସବୁଠାରୁ ବଡ଼ କଥା ହେଲା, ସରକାର ପ୍ରତି ୩ ମାସରେ ଏହାର ସୁଧ ହାର ନିର୍ଣ୍ଣୟ କରନ୍ତି । ପୋଷ୍ଟ ଅଫିସ୍‌ରେ ୫ ବର୍ଷ କିମ୍ବା ୬୦ ମାସ ହେଉଛି ଯେକୌଣସି ଆକାଉଣ୍ଟର ମାନ୍ୟୁରିଟି ସମୟ । ତେବେ ଆକାଉଣ୍ଟ ଖୋଲି ଡିପୋଜିଟ୍ କରିବାର ମାତ୍ର ବର୍ଷକ ପରେ ମଧ୍ୟ ଜଣେ ଗ୍ରାହକ ଚାହିଁଲେ ୫୦ ପ୍ରତିଶତ ଟଙ୍କାଉଠାଇପାରିବ।

ଖାଲି ସେତିକି ନୁହେଁ ଡିପୋଜିଟର ଚାହିଁଲେ ୫୦ ପ୍ରତିଶତର ଲୋନ୍ ନେବାର ମଧ୍ୟ ବ୍ୟବସ୍ଥା ରହିଛି । ସବୁଠାରୁ ବଡ଼ କଥା ହେଲା, ପୋଷ୍ଟ ଅଫିସ୍‌ରେ ଆର୍‌ଡି କରିବା ଦ୍ଵାରା ଆପଣଙ୍କ ମୂଳ ଟଙ୍କା ସୁରକ୍ଷିତ ରହିବ ଏବଂ ସମୟ ଅନୁସାରେ ଭଲ ସୁଧ ମିଳିବ। ଯେଉଁମାନେ ସ୍ଵଳ୍ପ ପରିମାଣର ଡିପୋଜିଟ କରୁଛନ୍ତି ଏବଂ କମ୍ ସମୟ ପାଇଁ ଟଙ୍କା ରଖୁଛନ୍ତି ସେମାନଙ୍କ ପାଇଁ ପୋଷ୍ଟ ଅଫିସ୍‌ର ସ୍କିମ୍ ଗୁଡ଼ିକ ଭଲ ଫାଇଦା ଦେଇନପାରେ ।

ତେବେ ପୋଷ୍ଟ ଅଫିସ୍ ର ଏକ ଦମଦାର ସ୍କିମ ଆଣିଛି ଯେଉଁଥିରେ ମାସିକ ୧୦ ହଜାର ବା ଦିନକୁ ୩୩୩ ଟଙ୍କା ଡିପୋଜିଟ୍ କଲେ ୫.୮ ପ୍ରତିଶତ ସୁଧହାର ହିସାବରେ ମାତ୍ର ୧୦ ବର୍ଷରେ ୧୬ ଲକ୍ଷ ଟଙ୍କା ରିଟର୍ଣ୍ଣ ମିଳିବ । ଏଥି ରେ ଦିନକୁ ୩୩୩ ଟଙ୍କା ହିସାବରେ ୧୦ ବର୍ଷରେ ୧୨ ଲକ୍ଷ ଟଙ୍କା ଡିପୋଜିଟ୍ କରିବାକୁ ପଡ଼ିବ । ଆଉ ଏହି ନିବେଶ ପରେ ୧୦ବର୍ଷ ଶେଷ ହେଲେ ଗ୍ରାହକ ପାଇବେ ଅଧ୍ୟକ ୪.୨୬ ଲକ୍ଷ ଟଙ୍କା। ଅର୍ଥାତ ମିଳିବ ୧୬.୨୬ ଲକ୍ଷ ଟଙ୍କା ।

Get real time updates directly on you device, subscribe now.