ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଖେଳାଳୀ ତଥା ପଶୁ କଲ୍ୟାଣ କ୍ଷେତ୍ରରେ ନେଲେ ଏକ ବଡ଼ ପଦକ୍ଷେପ, ଜାଣନ୍ତୁ କଣ

News across the Earth, news close to your heart, Read Odisha Bhaskar English

ନୂଆଦିଲ୍ଲୀ: ବୁଧବାର ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ନିଜ ଫାଉଣ୍ଡେସନ ‘ସେବା’ ର ନାମ ଘୋଷଣା କରିଛନ୍ତି। ଏହା ଦ୍ୱାରା ଷ୍ଟାର ଯୋଡି ସାହାର୍ଯ୍ୟ ର ଆଉ ଏକ ନୂତନ ପଦକ୍ଷେପ ଆରମ୍ଭ କରିଛନ୍ତି। ମିଳିତ ବିବୃତ୍ତିରେ ବଲିଉଡ ତାରକା ତଥା ଭାରତୀୟ କ୍ରିକେଟର କହିଛନ୍ତି ଯେ ଏହି ନୂତନ ପଦକ୍ଷେପ ଆବଶ୍ୟକ ଲୋକଙ୍କୁ ସାହାଯ୍ୟ କରିବ ଏବଂ ଏହା କୌଣସି ନିର୍ଦ୍ଦିଷ୍ଟ କାରଣରେ ମଧ୍ୟ ସୀମିତ ରହିବ ନାହିଁ ।

ଖଲିଲ ଜିବ୍ରାନଙ୍କ କହିଥିବା କଥା ଅନୁସାରେ ‘ପ୍ରକୃତରେ ଜୀବନ ହିଁ ଜୀବନ ଦେଇଥାଏ – ଯେତେବେଳେ ତୁମେ ନିଜକୁ ଦାତା ବୋଲି ଭାବୁଛ, ତେବେ ତୁମେ ଏହାର କେବଳ ଏକ ସାକ୍ଷୀ।’ ଏହି କଥାକୁ ଧ୍ୟାନରେ ରଖି ଆମେ ଯଥାସମ୍ଭବ ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ସେବା କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଛୁ ।

ଷ୍ଟାର ଦମ୍ପତି କହିଛନ୍ତି, ସେବା କାର୍ଯ୍ୟ କୌଣସି ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ସୀମିତ ରହିବ ନାହିଁ, କାରଣ ଏହା ମାନବିକତାକୁ ସମର୍ଥନ କରୁଥିବାବେଳେ ସାମାଜିକ ମଙ୍ଗଳ ପାଇଁ ଉଦ୍ୟମ ଜାରି ରଖିବ, ଯାହା ଆଜିର ସମୟରେ ନିହାତି ଭାବରେ ଆବଶ୍ୟକତା ଅଟେ।

ସୂଚନାମୁତାବକ ୩୪ ବର୍ଷୀୟ କ୍ରିକେଟର କ୍ରୀଡ଼ା କ୍ଷେତ୍ରରେ ଛାତ୍ରବୃତ୍ତି ପ୍ରଦାନ ଜାରି ରଖିବେ ଏବଂ ଆଥଲେଟ୍ମାନଙ୍କୁ ମଧ୍ୟ ପ୍ରାୟୋଜିତ କରିବେ । ସେହିଭଳି ୩୪ବର୍ଷୀୟ ଅନୁଷ୍କା ଶର୍ମା ପଶୁ କଲ୍ୟାଣ ସହିତ ଜଡିତ ରହିବେ, ଯେହେତୁ ସେ ବର୍ଷ ବର୍ଷ ଧରି କରିଆସୁଛନ୍ତି। ତେବେ ସେବା ମାଧ୍ୟମରେ, ଏହି ଦମ୍ପତି ଅଧିକ ଲୋକଙ୍କ ନିକଟତର ହେବା ସହିତ ସମାଜ କଲ୍ୟାଣରେ ଅଧିକ ଗୁରୁତ୍ୱ ଲିଭେଇ ପାରିବେ ବୋଲି ଆଶା ରଖିଛନ୍ତି ।

Get real time updates directly on you device, subscribe now.