fbpx

ଓଡ଼ିଶାରେ ଅପରିବର୍ତ୍ତିତ ରହିଲା ବିଜୁଳି ଦର: ଅନଲାଇନରେ ପେମେଣ୍ଟ କଲେ ମିଳିବ ବଡ଼ ରିହାତି

ଭୁବନେଶ୍ୱର: ରାଜ୍ୟରେ ଅପରିବର୍ତ୍ତିତ ରହିବ ବିଜୁଳି ଦର। ଦର ଅପରିବର୍ତ୍ତିତ ରଖିବା ନେଇ ନିଷ୍ପତି ନେଇଛି ଓଡିଶା ବିଦ୍ୟୁତ୍ ନିୟାମକ ଆୟୋଗ(ଓଇଆରସି)। ଘରେ।ଇ ଉପଭୋକ୍ତାଙ୍କ ପାଇଁ ମଧ୍ୟ ବୁଦ୍ୟୁତ ଦର ଅପରିବର୍ତ୍ତିତ ରହିବ। ୫୦ ୟୁନିଟ୍ ପାଇଁ ୟୁନିଟ୍ ପିଛା ₹ ୩, ୫୦-୨୦୦ ୟୁନିଟ୍ ପାଇଁ ୪.୮୦ ଟଙ୍କା, ୨୦୦-୪୦୦ ୟୁନିଟ୍ ପାଇଁ ୫.୮୦ ଟଙ୍କା, ୪୦୦ ରୁ ଅଧିକ ୟୁନିଟ୍ ପାଇଁ ୬.୨୦ ଟଙ୍କା ୨୦୨୩-୨୪ ପର୍ଯ୍ୟନ୍ତ ଜାରି ରହିବ। ତେବେ ଡିଜିଟାଲ ମୋଡ୍‌ରେ ପେମେଣ୍ଟ କଲେ ଏଲଟି ଉପଭୋକ୍ତାଙ୍କୁ ୪% ରିହାତି ଦେବାକୁ ଘୋଷଣା କରାଯାଇଛି।

ଆୟୋଗ କହିଛନ୍ତି ଯେ ଗ୍ରାହକ ଯେଉଁମାନେ ଅନଲାଇନରେ ବିଦ୍ୟୁତ୍ ବିଲ୍ ପୈଠ କରୁଛନ୍ତି ସେମାନେ ବିଦ୍ୟମାନ ୩% ବଦଳରେ ୪% ରିହାତି ପାଇବେ। ସେହିପରି ଗ୍ରାମାଞ୍ଚଳ ଉପଭୋକ୍ତାଙ୍କୁ ୟୁନିଟ୍‍ ପିଛା ୧୦ ପଇସା ରିହାତି ମିଳିବ ବୋଲି ସୂଚନା ମିଳିଛି । ସେହିପରି ଘରୋଇ ଉପଭୋକ୍ତାଙ୍କ ପାଇଁ ବିଳମ୍ବିତ ପରିଶୋଧ ଫାଇନ ଛାଡ଼ ସୁବିଧା ଦିଆଯାଇଛି । ଏହି ନିଷ୍ପତ୍ତି ଫଳରେ ଉପଭୋକ୍ତାମାନେ ଉପକୃତ ହେବେ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.