fbpx

ପୋଷ୍ଟ ଅଫିସର ଏହି ଯୋଜନା ଆପଣଙ୍କୁ କରିଦେବ ମାଲାମାଲ୍! ମାତ୍ର ୭ ହଜାର ଟଙ୍କା ନିବେଶରେ ୫ ଲକ୍ଷ ଟଙ୍କା ରିଟର୍ଣ୍ଣ

ନୂଆଦିଲ୍ଲୀ: ଯଦି ଆପଣ ରାତାରାତି ଲକ୍ଷପତି ହେବାର ସ୍ୱପ୍ନ ଦେଖନ୍ତି, ତେବେ ତାହା କେବଳ ସ୍ୱପ୍ନରେ ହିଁ ହୋଇପାରେ । ଲୋକମାନେ ବିନା ଟେନସନରେ ପୋଷ୍ଟ ଅଫିସ ଯୋଜନାରେ ନିବେଶ କରନ୍ତି, ଯେଉଁଥିରେ ନିବେଶକୁ ନେଇ ଦିନ ରାତି ଚିନ୍ତା କରିବାକୁ ପଡ଼ିନଥାଏ । ଯଦି ଆପଣ ଚାକିରି ବା ବ୍ୟବସାୟ କରୁଛନ୍ତି, ତେବେ ଷ୍ଟକ ମାର୍କେଟ ଉପରେ ନଜର ରଖିବାକୁ ଆପଣଙ୍କ ପାଖରେ ସମୟ ନଥାଏ । ଏପରି ପରିସ୍ଥିତିରେ ଏହି ଯୋଜନା ସେହି ଲୋକଙ୍କ ପାଇଁ ରହିଛି, ଯେଉଁମାନେ ଥରେ ନିବେଶ କରି ସିଧାସଳଖ ରିଟର୍ଣ୍ଣ ବିଷୟରେ ଭାବୁଛନ୍ତି ।

ପୋଷ୍ଟ ଅଫିସ୍ ରିକରିଗଂ ଡିପୋଜିଟ ଆକାଉଣ୍ଟ ହେଉଛି ଏକ ଉତ୍ତମ ସୁଧ ହାର ସହିତ ଛୋଟ କିସ୍ତିରେ ନିବେଶ ହେଉଥିବା ସରକାରୀ ଗ୍ୟାରେଣ୍ଟି ଯୋଜନା । ଏଥିରେ ଆପଣ କେବଳ ୧୦୦ ଟଙ୍କାରୁ ଛୋଟ ଆମାଉଣ୍ଟରେ ନିବେଶ କରିପାରିବେ । ନିବେଶର କୌଣସି ସର୍ବାଧିକ ନିବେଶ ନାହିଁ, ଅର୍ଥାତ୍ ଆପଣ ଯେତେ ଟଙ୍କା ନିବେଶ କରିପାରିବେ । ଏହି ଯୋଜନା ପାଇଁ ଆକାଉଣ୍ଟ ପାଞ୍ଚ ବର୍ଷ ପାଇଁ ଖୋଲା ଯାଉଛି । ଅବଶ୍ୟ ବ୍ୟାଙ୍କଗୁଡିକ ଛଅ ମାସ, ୧ ବର୍ଷ, ୨ ବର୍ଷ, ୩ ବର୍ଷ ପାଇଁ ରିକରିଗଂ ଡିପୋଜିଟ ଆକାଉଣ୍ଟର ସୁବିଧା ପ୍ରଦାନ କରୁଛନ୍ତିି । ଏଥିରେ ଜମା ହୋଇଥିବା ଟଙ୍କା ଉପରେ ସୁଧ ପ୍ରତ୍ୟେକ ତ୍ରୈମାସିକ (ବାର୍ଷିକ ସୁଧ ହାର)ରେ ମିଳିଥାଏ ଓ ଏହା ପ୍ରତ୍ୟେକ ତ୍ରୈମାସର ଶେଷରେ ଆପଣଙ୍କ ଆକାଉଣ୍ଟରେ ଜମା ହୋଇଥାଏ ।

କେତେ ମିଳିବ ସୁଧ:-
ରିକରିଗଂ ଡିପୋଜିଟ ଯୋଜନା ଉପରେ ପୋଷ୍ଟ ଅଫିସ ୫.୮ ପ୍ରତିଶତ ସୁଧର ଅଫର ଦେଉଛି । ଭାରତ ସରକାର ନିଜର ସମସ୍ତ ଛୋଟ ସଞ୍ଚୟ ଯୋଜନାର ସୁଧଦର ପ୍ରତ୍ୟେକ ତ୍ରୈମାସିକରେ ସ୍ଥିର କରନ୍ତି । ଯଦି ଆପଣ ୫ ବର୍ଷ ପାଇଁ ପ୍ରତି ମାସରେ ଡାକଘରର ଆରଡି ଯୋଜନାରେ ୭ ହଜାର ୧୭୪ ଟଙ୍କା ବିନିଯୋଗ କରନ୍ତି, ତେବେ ୫ ବର୍ଷ ପରେ ଆପଣ ୫.୮% ସୁଧ ହାରରେ ୫ ଲକ୍ଷରୁ ଅଧିକ ଟଙ୍କା ପାଇବେ ।

Get real time updates directly on you device, subscribe now.