fbpx

ଅଗ୍ନିଶମ ବିଭାଗ ଗାଡ଼ି ଚାଳକଙ୍କୁ ମିଳିବ ୫ ଲକ୍ଷର ବୀମା: କଟକ ଓ ଖୋର୍ଦ୍ଧାର ଦମକଳ ଗାଡ଼ି ପାଇଁ ଲାଗୁ ହେବ Post Paid Fuel Card

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଗ୍ନିଶମ ବିଭାଗ ପକ୍ଷରୁ ଆସିଛି ନୂଆ ନିୟମ । ବିଭାଗ ପାଇଁ ବ୍ୟବହୃତ ହେଉଥିବା ଗାଡ଼ି ଓ ଏଥିପାଇଁ କିଣାଯାଉଥିବା ଇନ୍ଧନରେ ସ୍ୱଚ୍ଛତା ଆଣିବା ପାଇଁ ନିଆଯାଇଛି ନୂଆ ପଦକ୍ଷେପ । ପାଇଲଟ୍ ଜିଲ୍ଲା ଭାବେ ଖୋର୍ଦ୍ଧା ଓ କଟକରେ ଏହି ନିୟମ କାର୍ଯ୍ୟକାରୀ ହେବ । ଦୁଇ ଜିଲ୍ଲାରେ ବ୍ୟବହାର ହେଉଥିବା ଅଗ୍ନିଶମ ବିଭାଗ ଗାଡ଼ି ପାଇଁ ପାଇଁ ପୋଷ୍ଟ ପେଡ୍ ଫୁଏଲ୍ କାର୍ଡ ବ୍ୟବହାର କରାଯିବ । ଏହି ଦୁଇ ଜିଲ୍ଲାରେ ଏହା ସଫଳ ହେଲେ ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ଏହାକୁ ଲାଗୁ କରାଯିବ ।

ରାଜ୍ୟ ଅଗ୍ନିଶମ ଡିଜି ଓ ଆଇସିଏଲର ବରିଷ୍ଠ ଅଧିକାରୀଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଆଇଓସିଏଲ ପକ୍ଷରୁ ସହଯୋଗ ପ୍ରଦାନ କରାଯିବ । ଅଗ୍ନିଶମ ବିଭାଗ ଗାଡ଼ି ଚାଳକଙ୍କ ପାଇଁ ୫ ଲକ୍ଷ ଟଙ୍କାର ବୀମା ବ୍ୟବସ୍ଥା କରାଯିବ । ଅଗ୍ନି ନିରାପତ୍ତାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି ।

ତେବେ ବୈଠକରେ ଚିଫ୍ ଫାୟାର ଅଫିସର, ଫାୟାର ଅଫିସର, ଆଇଓସିଏଲର ସିଜିଏମ ଓ ଡିଜିଏମ୍ ପ୍ରମୁଖ ଅଧିକାରୀମାନେ ସାମିଲ ଥିଲେ । ଇଫେକ୍ଟିଭ୍ ରେସପନ୍ସ ସିଷ୍ଟମ ଲାଗୁ କରିବା, ବିଭିନ୍ନ ଏଜେନ୍ସି ସହିତ ସମନ୍ୱୟ ରକ୍ଷା କରିବା, ସ୍ୱତନ୍ତ୍ର ଭାବେ ରେସପନ୍ସ ଫୋର୍ସ ମୁତୟନ କରିବା, ନିରାପଦ ଯୋଗାଯୋଗ ମାଧ୍ୟମ ଲାଗୁ କରିବା, ତୁରନ୍ତ ଖାଲି କରିବା ଆଦି ପ୍ରସଙ୍ଗ ଉପରେ ବୈଠକରେ ଆଲୋଚନା କରାଯାଇଥିଲା ।

Get real time updates directly on you device, subscribe now.