fbpx

କୁଆଖାଇ ନଦୀପଠାରୁ ମୃତଦେହ ମିଳିବା ଘଟଣା: ମୃତକଙ୍କ ସୂଚନା ପାଇଁ ପୋଲିସ୍‌ ମାରିଲା ପୋଷ୍ଟର, ଚିହ୍ନଟ କଲେ ମିଳିବ ପୁରସ୍କାର

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା କୁଆଖାଇ ନଦୀ ପଠାରୁ ମିଳିଥିବା ମୃତଦେହର ପରିଚୟ ପାଇବା ପାଇଁ ପୋଷ୍ଟର ଜାରି କରିଛି କମିଶନରେଟ ପୋଲିସ ।

ଜାରି ହୋଇଥିବା ପୋଷ୍ଟରରେ ପୋଲିସ ଉଲ୍ଲେଖ ରହିଛି ମୃତ ବ୍ୟକ୍ତିଙ୍କ ପରିଚୟ ଆବଶ୍ୟକ । ମୃତକ ଜଣେ ପୁରୁଷ । ଗତ ୨୧ ତାରିଖରେ ଭୁବନେଶ୍ୱର ଉପକଣ୍ଠ ଜରିପାଟଣା, ବରିମୁଣ୍ଡ ଗାଁ ପାଖ କୁଆଖାଇ ନଦୀ ବାଲିଯାତ୍ରା ପଡିଆ ପଠାରୁ ଏହି ମୃତଦେହଟି ଉଦ୍ଧାର ହୋଇଥିଲା । ମୃତକଙ୍କ ବୟସ ୧୮ରୁ ୨୫ବର୍ଷ ହେବ । ଉଚ୍ଚତା ୫ଫୁଟ ୮ଇଞ୍ଚ ଏବଂ ମଧ୍ୟମ ଧରଣର ସ୍ୱାସ୍ଥ୍ୟ ଅର୍ଥାତ ଓଜନ ୪୫ରୁ ୫୦କିଲୋ ମଧ୍ୟରେ ହେବ । ଏହି ବ୍ୟକ୍ତିକୁ ଚିହ୍ନଟ କରିବାରେ ସାହାଯ୍ୟ କରିବା ବ୍ୟକ୍ତିଙ୍କ ନାଁ ଓ ପରିଚୟ ଗୋପନ ରଖାଯିବ ଓ ପୁରସ୍କାର ମଧ୍ୟ ପ୍ରଦାନ କରାଯିବ ବୋଲି ପୋଲିସ ପୋଷ୍ଟରରେ ଲେଖିଛି ।

ମୃତଦେହ ସହିତ ଫୁଲ ଟ୍ରାଉଜର ପ୍ୟାଣ୍ଟ, ଫୁଲ ସାର୍ଟ, କଳାରଙ୍ଗର ହାପ ପ୍ୟାଣ୍ଟ, ଚପଲ ଓ ଡାହାଣ କାନରେ ପିନ୍ଧିଥିବା ଏକ ଟପର ଫଟୋ ମଧ୍ୟ ଦିଆଯାଇଛି । ଏହି ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେବାକୁ ଚାହୁଁଥିବା ଲୋକେ ମଞ୍ଚେଶ୍ୱର ଥାନା ଆଇଆଇସି ସୁଧିର କୁମାର ସାହୁଙ୍କ ମୋବାଇଲ ନମ୍ବର ୯୯୩୭୨୬୩୮୪୫ କିମ୍ବା ୮୨୮୦୩୩୮୩୨୧ ନମ୍ବରରେ ଯୋଗାଯୋଗ କରିବାକୁ କୁହାଯାଇଛି । ସେହିପରି ଏସିପି ଅନିଲ ମିଶ୍ରଙ୍କ ମୋବାଇଲ ନମ୍ବର ୯ ୪ ୩ ୭ ୩ ୪ ୪ ୩ ୫ ୯ , ଭୁବନେଶ୍ୱର ଡିସିପିଙ୍କ ନମ୍ବର ୮୨୮୦୩୩୮୩୦୨କିମ୍ବା ପୋଲିସ କମିଶନରଙ୍କ ନମ୍ବର ୯୪୩୭୪୯୬୦୭୦ରେ ଯୋଗଯୋଗ କରିପାରିବେ ବୋଲି କୁହାଯାଇଛି।

Get real time updates directly on you device, subscribe now.