fbpx

ସ୍ଥଗିତ ଚାଟାର୍ଡ ଆକାଉଣ୍ଟାଣ୍ଟ(CA )ପରୀକ୍ଷାର ନୂଆ ତାରିଖ ଘୋଷଣା: ଏପରି ଚେକ୍ କରନ୍ତୁ ସେଡ୍ୟୁଲ

ନୂଆଦିଲ୍ଲୀ: ୟୁପିଏସସି ସିଭିଲ୍ ସର୍ଭିସ ପରୀକ୍ଷା ୨୦୨୪ ପରେ ଲୋକସଭା ନିର୍ବାଚନ ୨୦୨୪ ପାଇଁ ଚାଟାର୍ଡ ଆକାଉଣ୍ଟାଣ୍ଟ ପରୀକ୍ଷା (CA) କୁ ମଧ୍ୟ ସ୍ଥଗିତ କରି ଦିଆଯାଇଛି । ଇନଷ୍ଟିଚ୍ୟୁଟ୍ ଅଫ୍ ଚାଟାର୍ଡ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ(ICAI) ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମେ’ ମାସରେ ଆୟୋଜିତ ହେବାକୁ ଥିବା ପରୀକ୍ଷା ତାରିଖରେ ପରିବର୍ତ୍ତନ କରିଛି ଓ ସଂଶୋଧିତ ପରୀକ୍ଷା ସେଡ୍ୟୁଲ ବି ଜାରି କରିଛି । ପରୀକ୍ଷାର୍ଥୀ ଅଫିସିଆଲ ୱେବସାଇଟ୍ icai.org କୁ ଯାଇ ନୂଆ ସେଡ୍ୟୁଲ ଚେକ୍ କରିପାରିବେ ।

ନୂଆ ସେଡ୍ୟୁଲ ଅନୁସାରେ ସିଏ ଇଣ୍ଟରମିଡିଏଟ୍ କୋର୍ସ ଗ୍ରୁପ୍ ୧ର ପରୀକ୍ଷା ୩,୫ ଓ ୯ ମେ’ରେ ଆୟୋଜିତ ହେବ । ସେହିପରି ଗ୍ରୁପ୍ ୨ ପରୀକ୍ଷା ୧୧,୧୫, ୧୭ ମେ’ରେ ଆୟୋଜିତ ହେବ । ସେହିପରି ସିଏ ଫାଇନାଲ ପରୀକ୍ଷା ଗ୍ରୁପ୍ ୧-୨,୪,୮ ମେ’ ଓ ଗ୍ରୁପ୍ ୨-୧୦,୧୪ ଓ୧୬ ମେ’ରେ ଆୟୋଜିତ ହେବ । ICAI କହିଛି ଉପର ଉଲ୍ଲଖିତ ପରୀକ୍ଷା କାର୍ଯ୍ୟକ୍ରମ କୌଣସି ବି ସ୍ଥିତିରେ ପରିବର୍ତ୍ତନ ହେବ ନାହିଁ ।
ଏପରି ଚେକ୍ କରନ୍ତୁ ନୂଆ ସେଡ୍ୟୁଲ;
-ICAIର ଅଫିସିଆଲ ୱେବସାଇଟ୍ icai.orgକୁ ଯାଆନ୍ତୁ ।
-ହୋମପେଜ୍‌ରେ ଉପଲବ୍ଧ ICAI CA ମେ’ ୨୦୨୪ ରି-ସେଡ୍ୟୁଲ ଲିଙ୍କ ଉପରେ କ୍ଲିକ୍ କରନ୍ତୁ ।
-ନୂଆ ତାରିଖର ନୋଟିସ୍ ସ୍କ୍ରିନ୍ ରେ ଖୋଲିଯିବ ।
-ତାରିଖ ଚେକ୍ କରି ପେଜ୍ ଡାଉନଲୋଡ୍ କରନ୍ତୁ ।
-ଏହାର ଏକ ହାର୍ଡ କପି ବି ନିଜ ପାଖରେ ରଖନ୍ତୁ ।

Get real time updates directly on you device, subscribe now.