fbpx

ବିଜୁଳି ସଙ୍କଟକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି ପ୍ରଶ୍ନ କଲେ ରାହୁଲ ଗାନ୍ଧୀ, ଏହି ବିଫଳତା ପାଇଁ ଦାୟୀ କିଏ?

Advertisement

ନୂଆଦିଲ୍ଲୀ: ସାରା ଦେଶରେ ପ୍ରଚଣ୍ଡ ଗରମ ଲାଗି ରହିଛି । ଏଭଳି ସମୟରେ ଦେଶରେ କୋଇଲା ଅଭାବରୁ ବିଜୁଳି ସଙ୍କଟ ଦେଖା ଦେଇଛି । ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି ପୁର୍ବତ୍ତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଏହି ବିଫଳତା ପାଇଁ ପ୍ରଧାନମନ୍ତ୍ରୀ କାହାକୁ ଦାୟୀ କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି । ତେବେ ଏହି ସଙ୍କଟ ପାଇଁ ପ୍ରଧାନମନ୍ତ୍ରୀ ପୁର୍ବ ପ୍ରଧାନମନ୍ତ୍ରୀ ଜବାହାରଲାଲା ନେହେରୁ, ରାଜ୍ୟ ସରକାର କିମ୍ବା ଲୋକଙ୍କୁ ଦୋଷୀ ବୋଲି କହିବେ ବୋଲି ସେ ପ୍ରଶ୍ନ କରିଛନ୍ତି ।

ବାସ୍ତବରେ ପ୍ରଧାନମନ୍ତ୍ରୀ ୨୦୧୫ରେ ସମ୍ପୁର୍ଣ୍ଣ ଦେଶରେ ୨୪ ଘଣ୍ଟା ବିଜୁଳି ଦେବାକୁ ପ୍ରତିଶୃତି ଦେଉଥିବା ଏବଂ ୨୦୧୭ରେ ଏବେ ଆଉ ବିଜୁଳି ସଙ୍କଟ କିମ୍ବା କୋଇଲା ସଙ୍କଟ ଦେଖାଯିବନି ବୋଲି ଦାବି କରୁଥିବାର ଏକ ଭିଡିଓ ପୋଷ୍ଟ କରି ସେ ପ୍ରଧାନମନ୍ତ୍ରୀଙ୍କୁ ଗେରିବାକୁ ଚେଷ୍ଟା କରିଛନ୍ତି ।

ସୂଚନାଯୋଗ୍ୟ ଯେ ବିରୋଧୀ କଂଗ୍ରେସ ଶୁକ୍ରବାର ଦିନ ଦେଶର ଅନେକ ରାଜ୍ୟରେ ବିଦ୍ୟୁତ କାଟକୁ ନେଇ ବିଜେପି ସରକାରଙ୍କୁ ଟାର୍ଗେଟ କରିଛି। କଂଗ୍ରେସରେ ବିଜେପି ସରକାରଙ୍କୁ ଦୋଷାରୋପ କରି କୁହାଯାଇଛି ଯେ କେନ୍ଦ୍ର ସରକାରଙ୍କ ଭୁଲ ପରିଚାଳନା ତଥା ପରିଚାଳନାଗତ ଅଭାବ ହେତୁ ଏହି କୃତ୍ରିମ ସଙ୍କଟ ସୃଷ୍ଟି ହୋଇଛି। ଦଳ ଏହା ମଧ୍ୟ ଅଭିଯୋଗ କରିଛି ଯେ ମୋଦୀ ସରକାର ସମଗ୍ର ଦେଶରେ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ କୋଇଲା ବଣ୍ଟନ ପାଇଁ ଲଜିଷ୍ଟିକ୍ ସହାୟତା ପ୍ରଦାନ କରୁନାହାଁନ୍ତି।

 

Get real time updates directly on you device, subscribe now.