“ଚୋରି କରି ମୋ ମୁଣ୍ଡରେ ବୋଳିଦେଲେ ଅଠା”, ପ୍ରଭାତ ବିଶ୍ୱାଳଙ୍କ ସାଂଘାତିକ ବୟାନ

ସାମ୍ନାକୁ ଆସିଲା ପ୍ରଭାତ ବିଶ୍ୱାଳଙ୍କ ସାଂଘାତିକ ବୟାନ

କଟକ: ବର୍ତ୍ତମାନ ସାମ୍ନାକୁ ଆସିଛି ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ସାଂଘାତିକ ବୟାନ। ସେ କହିଛନ୍ତି, “ଚୋରି କରି ମୋ ମୁଣ୍ଡରେ ଅଠା ବୋଳିଛନ୍ତି। ମାମଲା ବର୍ତ୍ତମାନ ବିଚାରାଧିନ ଅଛି। ମୋର ନ୍ୟାୟ ଉପରେ ବିଶ୍ୱାସ ଅଛି।” ସେ ଆହୁରି କହିଛନ୍ତି, “ତତ୍କାଳୀନ ୨ ମନ୍ତ୍ରୀ ପାଇଁ ମୁଁ ଚିଟଫଣରେ ଫସିଲି।” ଏହି ବିବୃତ୍ତି ସେ ନିଜେ ମିଡିଆକୁ ଦେଇଛନ୍ତି।

୧୨ ବର୍ଷ ତଳର ମିଡନାଇଟ ଅପରେସନ କଥା ମନେ ପକାଇଲେ ପ୍ରଭାତ ରଞ୍ଜନ ବିଶ୍ୱାଳ। ସେ କହିଛନ୍ତି, “ମେ’୨୯କୁ ଜୀବନରେ କେବେ ଭୁଲିପାରିବିନି। ସେତେବେଳର ଦୁଇ ଜଣ ମନ୍ତ୍ରୀ ମୋତେ ଫସାଇ ଦେଇଥିଲେ।

ସେହି ଦୁଇ ନେତାଙ୍କ ପାଇଁ ମୋ କ୍ୟାରିୟର ପ୍ରଭାବିତ ହୋଇଛି। ଏବେ ପାଣ୍ଡିଆନ ଯେପରି ଦଳ କଥା ବୁଝୁଥିଲେ, ସେତେବେଳେ ପ୍ୟାରୀ ବୁଝୁଥିଲେ। ଆକ୍ରୋଶ ରଖି ଫସାଇଥିଲେ, ଏବେ ତାର ପରିଣାମ ଭୋଗୁଛି।” ମାତ୍ର ସେହି ଦୁଇ ପୂର୍ବତନ ମନ୍ତ୍ରୀ କିଏ ତାହା ସ୍ପଷ୍ଟ କଲେନି ପ୍ରଭାତ।