fbpx

ଭାରତ ଓ ଆମେରିକା ମଧ୍ୟରେ କାଲିଠୁ ଭାରତ ମହାସାଗରରେ ଆରମ୍ଭ ହେବ ଯୁଦ୍ଧାଭ୍ୟାସ୍‌, ଡ୍ରାଗନକୁ ମିଳିବ ଦୃଢ଼ ସନ୍ଦେଶ

Advertisement

ନୂଆଦିଲ୍ଲୀ: ଭାରତ ଓ ଆମେରିକା ମଧ୍ୟରେ ବୁଧବାର ଭାରତ ମହାସାଗର ଉପରେ ଆକାଶରେ ଯୁଦ୍ଧ ଅଭ୍ୟାସ୍ ଆରମ୍ଭ ହେବାକୁ ଯାଉଛି । ୨ ଦିନ ଧରି ହେବାକୁ ଥିବା ଏହି ଯୁଦ୍ଧାଭ୍ୟାସ୍‌ରେ କେବଳ ଭାରତ ଓ ଆମେରିକାରର ସାମରିକ ସଂପର୍କ ମଜବୁତ ହେବ ନାହିଁ ବରଂ ଭାରତ ମହାସାଗରରେ ଚୀନର ବିସ୍ତାରବାଦୀ ଆକ୍ରମଣାତ୍ମକ ରଣନୀତିକୁ ଦୃଢ଼ ସନ୍ଦେଶ ମିଳିବ।

ଭାରତୀୟ ବାୟୁସେନା ପକ୍ଷରୁ ଏହି ଅଭ୍ୟାସ୍‌ରେ ମାରିଟାଇମ-ଷ୍ଟ୍ରାଇକ୍ ଜଗୁଆର ସହିତ ସୁଖୋଇ-୩୦ଏମକେଆଇ ଲଢୁଆ ବିମାନ ମଧ୍ୟ ଅଂଶ ଗ୍ରହଣ କରିବ । ଏହା ବାଦ୍ ଆକାଶ ମାର୍ଗରେ ଇନ୍ଧନ ଭରୁଥିବା ଆଇଏଲ-୭୮, ଫାଲକନ ଅଓ୍ଵାକ୍ସ ଓ ନେତ୍ର ଏୟାରକ୍ରାଫ୍ଟ ମଧ୍ୟ ସାମିଲ୍ ହେବ। ଅନ୍ୟପଟେ ଆମେରିକା ପକ୍ଷରୁ ୟୁଏସ କ୍ୟାରିୟର ଗ୍ରୁପ(ସିଏସଜି)ର ନେତୃତ୍ଵରେ ଆଣବିକ ମାରଣାସ୍ତ୍ର ସଂପନ୍ନ ଏୟାରକ୍ରାଫ୍ଟ କ୍ୟାରିୟର ୟୁଏସଏସ ରୋନାଲ୍ଡ ରିଗନ ମଧ୍ୟ ଯୋଗ ଦେବ। ବର୍ତ୍ତମାନ ଏହା ଭାରତ ମହାସାଗର କ୍ଷେତ୍ରରେ ହିଁ ମୁତୟନ ଅଛି।

ଏହି ଯୁଦ୍ଧାଭ୍ୟାସ୍‌ରେ ଆମେରିକା ନୌସେନାର ଏଫ-୧୮ ଲଢୁଆ ଜେଟ୍ ଓ ଇ-୨ସି ହକ୍ ଆଇ ଏୟାରକ୍ରାଫ୍ଟ ମଧ୍ୟ ସାମିଲ ହେବେ।  ଭାରତୀୟ ବାୟୁସେନାର ଅଧିକାରୀଙ୍କ ଅନୁଯାୟୀ, ଏହି ଯୁଦ୍ଧାଭ୍ୟାସ୍ ତିରୁଅନନ୍ତପୁରମର ଦକ୍ଷିଣରେ କରାଯିବ। ନିକଟରେ ଭାରତ ମହାସାଗରରେ ଭାରତ ଅନେକ ସମରାଭ୍ୟାସ୍ କରିଛି। ଏହି କ୍ରମରେ ଆମେରିକା ସହ ଆକାଶ ମାର୍ଗରେ ଯୁଦ୍ଧାଭ୍ୟାସ୍ ଏହାର ଏକ ଅଂଶ ବିଶେଷ।

Get real time updates directly on you device, subscribe now.