fbpx

(Video) ଶୋଇ ପଡ଼ିଛି ‘ପ୍ରଜ୍ଞାନ’: ଏବେ ଚନ୍ଦ୍ରପୃଷ୍ଠରେ ଶୋଇଲା ଲାଣ୍ଡର ବିକ୍ରମ, ଜାରି ରହିବ ‘Moon Mission’

ନୂଆଦିଲ୍ଲୀ: ରୋଭର ପରେ ସ୍ଲିପିଂ ମୋଡକୁ ଯାଇଛି ଲାଣ୍ଡର ବିକ୍ରମ । ଆଜି ରାତି ୮ ଟା ବେଳେ ନିଦ୍ରାଗ୍ରସ୍ତ ହୋଇଛି ବିକ୍ରମ । ଏଥିପାଇଁ ଆଜି ସକାଳେ ଲ୍ୟାଣ୍ଡର ବିକ୍ରମର ସ୍ଲିପ୍ ମୋଡ୍ ସେଟ୍ କରାଯାଇଥିଲା । ସ୍ଲିପ୍ ମୋଡ଼କୁ ଯିବା ପୂର୍ବରୁ ନୂଆ ସ୍ଥାନରେ ଚନ୍ଦ୍ରପୃଷ୍ଠ ଥର୍ମୋଫିଜିକାଲ୍ ଏକ୍ସପେରିମେଣ୍ଟ ପରୀକ୍ଷା କରାଯାଇଛି । ରମ୍ଭା ଖଚ ଓ ଓଖଝଇ ପେଲୋଡ ଦ୍ୱାରା ପରୀକ୍ଷଣ ହୋଇଥିଲା । ଏଥିରୁ ସଂଗୃହୀତ ତଥ୍ୟ ଇସ୍ରୋ ବୈଜ୍ଞାନିକ ପାଖରେ ପହଞ୍ଚିଛି । ବର୍ତ୍ତମାନ ପେଲୋଡ ଗୁଡ଼ିକ ସୁଇଚ୍ ଅଫ୍ ରହିଛି । ହେଲେ ଲ୍ୟାଣ୍ଡରର ରିସିଭର ଅନ୍ ରହିଛି ।

ରୋଭର ପରେ ସ୍ଲିପିଂ ମୋଡକୁ ଯିବ ବିକ୍ରମ । ଆଜି ରାତି ୮ ଟା ବେଳେ ଶୋଇବ ବିକ୍ରମ । ଏଥିପାଇଁ ଆଜି ସକାଳେ ଲ୍ୟାଣ୍ଡର ବିକ୍ରମର ସ୍ଲିପ୍ ମୋଡ୍ ସେଟ୍ କରାଯାଇଛି । ସ୍ଲିପ୍ ମୋଡ଼କୁ ଯିବା ପୂର୍ବରୁ ନୂଆ ସ୍ଥାନରେ ଚନ୍ଦ୍ରପୃଷ୍ଠ ଥର୍ମୋଫିଜିକାଲ୍ ଏକ୍ସପେରିମେଣ୍ଟ ପରୀକ୍ଷା କରାଯାଇଛି । ରମ୍ଭା ଖଚ ଓ ଓଖଝଇ ପେଲୋଡ ଦ୍ୱାରା ପରୀକ୍ଷଣ ହୋଇଥିଲା । ଏଥିରୁ ସଂଗୃହୀତ ତଥ୍ୟ ଇସ୍ରୋ ବୈଜ୍ଞାନିକ ପାଖରେ ପହଞ୍ଚିଛି । ବର୍ତ୍ତମାନ ପେଲୋଡ ଗୁଡ଼ିକ ସୁଇଚ୍ ଅଫ୍ ରହିଛି । ହେଲେ ଲ୍ୟାଣ୍ଡରର ରିସିଭର ଅନ୍ ରହିଛି ।

ସୌରଶକ୍ତି କ୍ଷୟ ହେବା ସହ ବ୍ୟାଟେରିର ଚାର୍ଜ ସରିଯିବା ପରେ ବିକ୍ରମ ମଧ୍ୟ ପ୍ରଜ୍ଞାନ ନିକଟରେ ସ୍ଲିପ୍ ମୋଡ୍ରେ ରହିବ । ଏହା ସେପ୍ଟେମ୍ବର ୨୨ରେ ପୁଣି କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି । କାରଣ ୨୨ ତାରିଖରେ ଚନ୍ଦ୍ରପୃଷ୍ଠରେ ପୁଣି ଥରେ ସୂର୍ଯ୍ୟକିରଣ ହେବ । ସ୍ଲିପ୍ ମୋଡ୍ ପୂର୍ବରୁ ଚନ୍ଦ୍ରପୃଷ୍ଠରେ ଟାର୍ଗେଟ୍ ଠାରୁ ଆଗକୁ ବଢ଼ିଥିଲା ବିକ୍ରମ । କମାଣ୍ଡ ମିଳିବା ପରେ ଅବସ୍ଥିତ ସ୍ଥାନରୁ ବିକ୍ରମ ୪୦ ସେଣ୍ଟିମିଟର ଉପରକୁ ଉଠି ସଫଳତାର ସହ ଲ୍ୟାଣ୍ଡିଂ କରିଥିଲା । ତେବେ ଏହି ହବ୍ ପରୀକ୍ଷଣରେ ସଫଳତା କରିବା ଦ୍ୱାରା ବିକ୍ରମ ଲ୍ୟାଣ୍ଡର ସମସ୍ତ ଲକ୍ଷ୍ୟ ପୂରଣ କରିପାରିଛି । ଏହି କିକ୍ ଷ୍ଟାର୍ଟ ଉଦ୍ୟମରେ ଭବିଷ୍ୟତରେ ନମୂନା ଫେରାଇ ଆଣିବା ସହ ମାନବ ମିଶନ୍ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି ।

ଚନ୍ଦ୍ରପୃଷ୍ଠରେ ପୁଣି ଥରେ ସଫଳତାର ସହ ଲ୍ୟାଣ୍ଡିଂ କରିଥିଲା ବିକ୍ରମ । ଆଜି ସକାଳ ୮ ଟାରେ ସ୍ଲିପ୍ ମୋଡ଼୍ ସିପ୍ଟ କଲା ଇସ୍ରୋ । ପ୍ଲେଲୋଡ୍ ଗୁଡ଼ିକ ସୁଇଚ୍ ଅଫ୍ ହୋଇଥିବା ବେଳେ ଲ୍ୟାଣ୍ଡର ରିସିଭର ଅନ୍ ରହିଥିଲା । ପୁଣି ଥରେ ଲ୍ୟାଣ୍ଡର ବିକ୍ରମ ୪୦ ସେଣ୍ଟିମିଟର ଉପରକୁ ଉଠି ୩୦ରୁ ୪୦ ସେଣ୍ଟିମିଟର ଦୂରରେ ସଫଳତାର ସହ କରିଥିଲା ଅବତରଣ । ଏବେ ଭଲ ଅଛି ବିକ୍ରମର ସ୍ୱାସ୍ଥ୍ୟ ।

Get real time updates directly on you device, subscribe now.